ରାହୁଲଙ୍କୁ ଶିଷ୍ଟାଚାର ଶିଖିବାକୁ କହିଲେ ସୁଷମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ରାହୁଲଙ୍କୁ ଶିଷ୍ଟାଚାର ଶିଖିବାକୁ କହିଲେ ସୁଷମା

ନୂଆଦିଲ୍ଲୀ: ଆଡ଼ଭାନୀ ଓ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ଯକ୍ଷ ଦେଇଥିବା କଟୁ ମନ୍ତବ୍ଯ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ରାହୁଲଙ୍କୁ ଚେତାବନୀ ଦେଇଛନ୍ତି। ଶାଳୀନତା ଓ ଶିଷ୍ଟାଚାର ଭିତରେ ଅଭିଭାଷଣ ରଖିବାକୁ ରାହୁଲ ଗାନ୍ଧିଙ୍କୁ କହିବା ସହ ଆଡ଼ଭାନୀ ତାଙ୍କ ପାଇଁ ବାପା ସମାନ ବୋଲି ଟୁଇଟ କରି ସୁଷମା ସ୍ବରାଜ କହିଛନ୍ତି।

ସୂଚନାଯୋଗ୍ଯ ପ୍ରଧାନମନ୍ତୀ ମୋଦି ବିଜେପିର ବରିଷ୍ଠ ନେତା ଆଡ଼ଭାନୀଙ୍କୁ ନିଜର ‘ଗୁରୁ’ ବୋଲି କୁହନ୍ତି। ତେବେ ଦଳ ପକ୍ଷରୁ ଆଡଭାନୀଙ୍କୁ ଟିକଟ ନମିଳିଥିବାରୁ ଏହାର ଜବାବରେ ରାହୁଲ ଗାନ୍ଧି ମୋଦିଙ୍କୁ କଟାକ୍ଷ କରି କହିଥିଲେ ‘ଜୋତା’ରେ ମାରି ଆଡ଼ଭାନୀଙ୍କୁ ଷ୍ଟେଜରୁ ତଳକୁ ଫିଙ୍ଗି ଦେଇଛନ୍ତି ମୋଦି, ନିଜ ଗୁରୁଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ ମୋଦି ବୋଲି ରାହୁଲ କହିଥିଲେ। ବିଜେପିରେ ହିନ୍ଦୁ ଧର୍ମକୁ ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ଏବେ ଗୁରୁ-ଶିଷ୍ଯ ପରମ୍ପରା କାହିଁକି ଏତେ ନିମ୍ନସ୍ତରକୁ ଯାଇଛି ବୋଲି ରାହୁଲ କହିଥିଲେ।

 

 



from Odisha Reporter http://bit.ly/2I12EUP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages