ନଳିନୀ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ନଳିନୀ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ

ସମ୍ବଲପୁର(ସଞ୍ଜୟ ଜେନା): ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପରେ ତାଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି।

ତେବେ ତାଙ୍କ ପ୍ରାର୍ଥିପତ୍ର କାଏମକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏନେଇ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଦଳ କହିଛି। ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି ଯେ ବେଆଇନ ଭାବେ ଏହି ଶୁଣାଣି କରାଯାଇଛି।

ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ବିରୋଧରେ ନୀତେଶ ଅଫିସ ଅଫ୍ ପ୍ରଫିଟ ଅଭିଯୋଗ ଆଣିଥିଲେ। ନୀତେଶ ତାଙ୍କ ଓକିଲ ଜରିଆରେ ଅଭିଯୋଗ କରିଥିଲେ ଯେ ନଳିନୀ ପୁର୍ତ୍ତବିଭାଗ ସଚିବ ପଦରୁ ଅବସର ନେବା ପରେ ମଧ୍ୟ ଦୁଇଟି ସରକାରୀ ସଂସ୍ଥାରେ ନିର୍ଦ୍ଦେଶକ ଅଛନ୍ତି। ଏପର୍ଯ୍ୟନ୍ତ ସେ ଉକ୍ତ ଦୁଇ ପଦବୀ ଛାଡ଼ି ନାହାନ୍ତି। ତା’ସହିତ ଆଫିଡେଭିଟ୍ ଫର୍ମରେ ସେ କେତେକ କଲମ୍ ପୂରଣ  କରି ନାହାନ୍ତି।

ନୀତେଶଙ୍କ ଏହି ଅଭିଯୋଗ ପରେ ଗତକାଲି ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚାଇ ଦିଆଯାଇଥିଲା। ଆଜି ଜିଲ୍ଲାପାଳ ଉଭୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ମାମଲାର ଶୁଣାଣି କରିବା ସହ ନଳିନୀଙ୍କ ପ୍ରାର୍ଥିପତ୍ର କାଏମ ରଖିଛନ୍ତି।

ପ୍ରାର୍ଥିପତ୍ର କାଏମ ହେବା ପରେ ନଳିନୀକାନ୍ତ ପ୍ରଧାନ କହିଛନ୍ତି,“ମୋର ପ୍ରାର୍ଥିତ୍ୱକୁ ନେଇ ବିଜେପି ଅଭିଯୋଗ ଆଣିଥିଲା। ଏନେଇ ମୋତେ ଅବଗତ କରାଯାଇଥିଲା। ଏଥିପାଇଁ ମୁଁ ରିଟର୍ଣ୍ଣିଂ ଅଫିସରଙ୍କୁ ୧୨ ଘଣ୍ଟା ସମୟ ମାଗିଥିଲି। ଆଜି ସମସ୍ତ କାଗଜପତ୍ର ଓକିଲଙ୍କ ଜରିଆରେ ରିଟର୍ଣ୍ଣିଂ ଅଫିସରଙ୍କ ଦାଖଲ କରିଥିଲି।”



from Odisha Reporter http://bit.ly/2WOE7We

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages