ଜାଣିଛନ୍ତି କି, ଦୁନିଆର ସବୁଠୁ ଉଚ୍ଚରେ ଥିବା ମତଦାନ କେନ୍ଦ୍ର ବିଷୟରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଜାଣିଛନ୍ତି କି, ଦୁନିଆର ସବୁଠୁ ଉଚ୍ଚରେ ଥିବା ମତଦାନ କେନ୍ଦ୍ର ବିଷୟରେ

ସିମଲା : ଏବେ ସାରା ଦେଶରେ ନିର୍ବାଚନର ପର୍ବ ଚାଲିଛି। ଏଥିପାଇଁ ଦେଶର ସାଧାରଣ ଜନତା ହୁଅନ୍ତୁ ବା ରାଜନେତା, ଅଭିନେତା ସମସ୍ତେ ନିଜର ବହୁମୂଲ୍ୟ ଭୋଟ୍‌ ପ୍ରଦାନ କରୁଛନ୍ତି। ଆପଣ ଜାଣିଥିବେ ଯେ, ଅନେକ ସ୍ଥାନ ଅଛି ଯେଉଠି ଲୋକମାନେ ବାହାର ଦୁନିଆ ଠାରୁ ବହୁ ଦୂରରେ ଅଛନ୍ତି। ଏହାସତ୍ତ୍ୱେ ନିଜର ମତ ଅଧିକାର ସାବ୍ୟସ୍ତ କରିବାକୁ ଭୁଲୁ ନାହାନ୍ତି।

ମତଦାନ ପାଇଁ ଦେଶ ସାରା ବହୁ କେନ୍ଦ୍ର କରାଯାଇଛି। କିନ୍ତୁ ଏପରି ଏକ ମତଦାନ କେନ୍ଦ୍ର ବିଷୟରେ ଆପଣ ଜାଣିଛନ୍ତି କି, ଯାହା ସମୁଦ୍ର ପତ୍ତନରୁ ୧୫,୨୫୬ ଫୁଟ୍‌ ଉଚ୍ଚରେ ରହିଛି। ଏହା ହେଉଛି ଦୁନିଆର ସବୁଠୁ ଉଚ୍ଚରେ ଥିବା ମତଦାନ କେନ୍ଦ୍ର।

ହିମାଚଳ ପ୍ରଦେଶରେ ଥିବା ଲାହୁଲ୍‌ ଏବଂ ସ୍ପିଟି ନାମକ  ସ୍ଥାନରେ ଏହି ମତଦାନ କେନ୍ଦ୍ର କରାଯାଇଛି। ସବୁ ସମୟରେ ଏହି ଅଞ୍ଚଳରେ ବରଫପାତ ହୋଇଥାଏ। ଏଥିପାଇଁ ସବୁବେଳେ ବରଫ ଜମା ହୋଇ ରହୁଥିବାରୁ ସେହି ସ୍ଥାନକୁ ଯିବା କଷ୍ଟକର ହୋଇପଡ଼େ।

ତେବେ ମତଦାନ ପାଇଁ କେବଳ ସେଠାରେ ୨୦ ଦିନ ମଧ୍ୟରେ ବରଫ ସଫା କରି ୩୩ କିମି ରାସ୍ତା ନିର୍ମାଣ କରାଯାଇଛି। ଏହା ପରେ ନିର୍ବାଚନ ଆୟୋଗ ଟିମ୍‌ ସେହି ଅଞ୍ଚଳକୁ ଯାଇ ସେଠାକାର ପରିସ୍ଥିତି ବିଷୟରେ ଯାଞ୍ଚ କରିଛନ୍ତି।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ହିମାଳୟରେ ୧୯ ମେ’ରେ ଲୋକସଭା ନିର୍ବାଚନ ହେବ।



from Odisha Reporter http://bit.ly/2UItfwl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages