ଶୁଦ୍ଧ ଓଡ଼ିଆ ଖାଦ୍ୟ: ଘରେ ପ୍ରସ୍ତୁତ କରନ୍ତୁ କଦଳୀ ମଞ୍ଜା ଲଲିପପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଶୁଦ୍ଧ ଓଡ଼ିଆ ଖାଦ୍ୟ: ଘରେ ପ୍ରସ୍ତୁତ କରନ୍ତୁ କଦଳୀ ମଞ୍ଜା ଲଲିପପ୍‌

banana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବିଭିନ୍ନ ପ୍ରକାରର ଲଲିପପ୍‌ ଖାଇଥିବେ। ସେ ଚିକେନ୍‌ ଲଲି ପପ୍‌ ହେଉକି ଭେଜ୍‌ ଲଲିପପ୍‌ ହେଉ। କିନ୍ତୁ କେବେ କ’ଣ କଦଳୀ ମଞ୍ଜା ଲଲିପପ୍‌ ଖାଇଛନ୍ତି। ଯଦି ନୁହେଁ ତାହାଲେ ଆଜି ହିଁ ନିଜେ ଘରେ ପ୍ରସ୍ତୁତ କରନ୍ତୁ ଓ ଖାଆନ୍ତୁ। ତେବେ ଚାଲନ୍ତୁ ଜାଣିବା ଘରେ କେମିତି ପ୍ରସ୍ତୁତ କରିବେ କଦଳୀ ମଞ୍ଜା ଲଲିପପ୍‌।

ଆବଶ୍ୟକ ସାମଗ୍ରୀ: କଦଳୀ ମଞ୍ଜା, ବେସନ, କର୍ଣ୍ଣ ଫ୍ଲୋର୍, ଲୁଣ, ଲଙ୍କାଗୁଣ୍ଡ, ତେଲ, ଟମାଟୋ ପେଷ୍ଟ୍‌, ହଳଦୀ ଗୁଣ୍ଡ, ଶୁଖିଲା ଲଙ୍କା, ଜିରାଗୁଣ୍ଡ, ଗରମ ମସଲା, କଞ୍ଚା ଲଙ୍କା ଓ ରସୁଣ କଟା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାକୁ ଛୋଟ ଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ। ତା’ପରେ ସେଥିରେ ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, କର୍ଣ୍ଣ ଫ୍ଲୋର, ବେସନ, କଟା କଞ୍ଚାଲଙ୍କା ଓ ରସୁଣ ପକାଇ ଗୋଳାଇ ଦିଅନ୍ତୁ।
ଏହାପରେ ତାକୁ ଛୋଟ ଛୋଟ ଗୁଳା କରି ଏକ ପାତ୍ରରେ ରଖନ୍ତୁ।
ତା’ପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହି ଛୋଟ ଛୋଟ ମଞ୍ଜା ଗୁଳାକୁ ଛାଣନ୍ତୁ। ଏହା ଛାଣି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ତାପରେ ଲଲିପପ୍‌ ମସଲା ପ୍ରସ୍ତୁତ କରିବା ପାଇଁ କଡ଼େଇରେ ତେଲ ଗରମ କରି ସେଥିରେ ରସୁଣ କଟା ପକାନ୍ତୁ। ତାପରେ ସେଥିରେ କଟା କଞ୍ଚା ଲଙ୍କା, ଟମାଟୋ ପ୍ୟୁରି ପକାଇ ଅଳ୍ପ ସମୟ ଗୋଳାନ୍ତୁ ତାପରେ ସେଥିରେ ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ତାକୁ ଅଳ୍ପ ସମୟ ଗୋଳାନ୍ତୁ। ଏହାପରେ ସେଥିରେ ପ୍ରସ୍ତୁତ କଦଳୀ ମଞ୍ଜା ଛଣା ପକାଇ ଅଳ୍ପ ଗରମ ମସଲା ପକାଇଦିଅନ୍ତୁ।

ପ୍ରସ୍ତୁତ ହୋଇଗଲା କଦଳୀମଞ୍ଜା ଲଲିପପ୍‌। ସେଥିରେ ଷ୍ଟିକ୍‌ ଲଗାଇ ପ୍ଲେଟ୍‌ରେ ପରଷନ୍ତୁ ଗରମ ଗରମ କଦଳୀ ମଞ୍ଜା ଲଲିପପ୍‌। ନିଜେ ଖାଆନ୍ତୁ ଅନ୍ୟକୁ ମଧ୍ୟ ଖୁଆନ୍ତୁ।



from Odisha Reporter http://bit.ly/2DhQvXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages