
ନୂଆଦିଲ୍ଲୀ: ଆଜିଠୁ ୧ ଲକ୍ଷ କିମ୍ୱା ତାଠୁ ଅଧିକ ଟଙ୍କା ରଖିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ) ଗ୍ରାହକଙ୍କ ସୁଧ ହାର କମିଲା। ଏସବିଆଇ ଏ ନେଇ ନିଜ ଓ୍ୱେବସାଇଟ (sbi.co.in) ରେ ସୂଚନା ଦେଇଛି। ତେବେ ୧ ଲକ୍ଷରୁ କମ୍ ଟଙ୍କା ରଖିଥିବା ଗ୍ରାହକଙ୍କ ସୁଧ ହାର ଅପରିବର୍ତ୍ତିତ ରହିଛି।
୧ ଲକ୍ଷ କିମ୍ବା ୧ ଲକ୍ଷ ଟଙ୍କାରୁ ଅଧିକ ରଖିଥିବା ଗ୍ରାହକଙ୍କୁ ୩.୨୫ ପ୍ରତିଶତ ସୁଧ ହାର ମିଳିବାକୁ ଥିବା ବେଳେ ୧ ଲକ୍ଷରୁ କମ୍ ରଖିଥିବା ଗ୍ରାହକଙ୍କୁ ୩.୫୦ ପ୍ରତିଶତ ସୁଧ ହାର ମିଳିବ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରେପୋ ରେଟ୍ ଠାରୁ ଏସବିଆଇର ୨.୭୫ ପ୍ରତିଶତ କମ୍ ସୁଧ ହାର ରହିବ। ତେଣୁ ଏସବିଆଇ ସୁଧା ହାର କମାଇଛି। ଏବେ ଆରବିଆଇର ରେପୋ ରେଟ୍ ୬ ପ୍ରତିଶତ ରହିଛି। ମାର୍ଚ୍ଚ ମାସରେ ଆରବିଆଇର ରେପୋ ରେଟ୍ ସହିତ ଏସବିଆଇର ଲୋନ ଏବଂ ସେଭିଙ୍ଗସ ଆକାଉଣ୍ଟ ଲିଙ୍କ୍ ହୋଇଛି। ଯାହାଦ୍ୱାରା ଆରବିଆଇର ରେପୋ ରେଟ୍ ଅନୁସାରେ ଏସବିଆଇ ଗ୍ରାହକ ମାନେ ତତକ୍ଷଣାତ ସମସ୍ତ ସୁବିଧା ପାଇ ପାରିବେ।
ପୂର୍ବରୁ ଏସବିଆଇ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସେଭିଂସରେ ୩.୫ ପ୍ରତିଶତ ସୁଧ ଦେଉଥିଲା ଏବଂ ୧ କୋଟିରୁ ଅଧିକ ଟଙ୍କା ସେଭିଙ୍ଗସ ପାଇଁ ୪ ପ୍ରତିଶତ ସୁଧ ଦେଉଥିଲା।
from Odisha Reporter http://bit.ly/2VHz9NY
No comments:
Post a Comment