
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ମାଡ଼ି ଆସୁଥିବା ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ଜିଲ୍ଲା ବାଲୁଖଣ୍ଡ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ। ୩ ତାରିଖ ଅପରାହ୍ଣରେ ଏହା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି। ଆମେରିକୀୟ ସଂସ୍ଥା ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (JTWC)ର ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି।
ଗତକାଲି JTWC ପକ୍ଷରୁ କୁହାଯାଇଥିଲା ଯେ, ‘ଫୋନି’ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଉଦୟଗିରିରେ ଲ୍ୟାଣ୍ଡଫଲ୍ କରିବ।
ଅନ୍ୟପକ୍ଷରେ ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଏକ୍ସଟ୍ରିମ୍ଲୀ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇସାରିଥିବା ‘ଫୋନି’ ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ପୁରୀଠାରୁ ୬୮୦ ଓ ବିଶାଖାପାଟଣାଠୁ ୪୩୦ କିମି ଦୂରରେ ରହିଛି।
ଏହି ବୁଲେଟିନ୍ ଅନୁଯାୟୀ, ଆଗାମୀ ୧୨ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତା’ପରେ ଏହା ଉତ୍ତର-ଉତ୍ତରପୂର୍ବକୁ ବୁଲିବ ଏବଂ ୩ ତାରିଖ ଅପରାହ୍ନରେ ଏହା ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ବେଗରେ ପବନ ବହିବ। ପବନର ବେଗ ବଢ଼ି ଘଣ୍ଟାପ୍ରତି ୨୦୫ ବି ହୋଇପାରେ।
from Odisha Reporter http://bit.ly/2GUvmEM
No comments:
Post a Comment