କ୍ୟାନସରର ଯନ୍ତ୍ରଣା ବଖାଣିଲେ ତାହିରା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

କ୍ୟାନସରର ଯନ୍ତ୍ରଣା ବଖାଣିଲେ ତାହିରା…

ମୁମ୍ୱାଇ: ବଲିଉଡ଼ରେ ଭିନ୍ନ ଧରଣର ଆକ୍ଟିଂ ଲାଗି ପରିଚିତ ଆୟୂଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କ୍ୟାନସର ପରି ଦୁଃସାଧ୍ୟ ରୋଗର ମୁକାବିଲା କରି ଏହାର ଯନ୍ତ୍ରଣାକୁ ଅନୁଭବ କରି ସାରିଛନ୍ତି।  ତାହିରା ଜଣେ ଉଚ୍ଚକୋଟିର ଲେଖିକା ହୋଇଥିବା ବେଳେ ସବୁବେଳେ ସୋଶାଲ ମିଡ଼ିଆରେ ଆକ୍ଟିଭ ମଧ୍ୟ ରହିଥାନ୍ତି। ଏବେ ସେ ଏକ ଭାବାବେଗପୂର୍ଣ୍ଣ ମେସେଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ନାରୀ ହେଉଛି ଭଗବାନଙ୍କ ସବୁଠୁ ସୁନ୍ଦର ସୃଷ୍ଟି। ଏହାସହ ସେମାନେ ଧୈର୍ଯ୍ୟଶୀଳ ହେବା ସହ ମାନସିକ ସ୍ତରରେ ମଧ୍ୟ ବହୁ ଶକ୍ତ।  ତେଣୁ ଯେକୌଣସି ପରିସ୍ଥିତିରେ ମଧ୍ୟ ହାର ନ ମାନି ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସେ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି।

କ୍ୟାନସର ପରି ରୋଗରେ ଆକ୍ରାନ୍ତ ହେବା ପରେ  ଯେଉଁପରି  ଯନ୍ତ୍ରଣା ଦେଇ ଗତି କରିଛନ୍ତି ସେ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରିବାକୁ ଯାଇ ତାହାରା ନିଜ ପୋଷ୍ଟରେ କିଛି ଫଟୋ ଶେଆର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, କିଛି ଦିନ ମଧ୍ୟରେ ମୋ ଦୁନିଆ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ସର୍ବପ୍ରଥମେ ଏହାକୁ ସ୍ୱୀକାର କରିବା ଭାରି କଷ୍ଟକର ହୋଇପଡିଥିଲା। ଏହାଯୋଗୁ ବହୁ ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଇ ଗତି କରିବାକୁ ପଡ଼ିଲା।

ନାରୀର ସୌନ୍ଦର୍ଯ୍ୟ ହେଉଛି ଲମ୍ୱା କେଶ। ଏହା ମୋର ମଧ୍ୟ ବହୁ ପସନ୍ଦ ବୋଲି ଲେଖିଛନ୍ତି ତାହିରା। ହେଲେ କ୍ୟାନସରରେ ଆକ୍ରାନ୍ତ ହେବା ପରେ ମୋ ଜୀବନ, ଆଖପାଖ ଦୁନିଆ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଲାଗିଲା । କ୍ୟାନସରରେ ପୀଡିତ ହେବା ପରେ ପ୍ରଥମ ଧକ୍କା ଲାଗିଥିଲା ଯେବେ ଲମ୍ୱା କେଶ ଝଡିବା ଆରମ୍ଭ କଲା।

ଏହାପରେ ବାଧ୍ୟ ହୋଇ ମୁଁ ନକଲି କେଶ ଓ କ୍ୟାପ ଲଗାଇବାକୁ ବାଧ୍ୟ ହେଲି। କେଶ ଛୋଟ ହେବାଠାରୁ ଆରମ୍ଭ  କରି ସମ୍ପୂର୍ଣ୍ଣ  ଲଣ୍ଡା ହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥିତି ଦେଇ ଗତି କରିଛି।  ପୁନର୍ବାର ଲମ୍ୱା କେଶ ରଖିପାରିବି ବୋଲି ମୋର ବିଶ୍ୱାସ ନ ଥିଲା ବୋଲି ତାହିରା ଲେଖିଛନ୍ତି।

ଏହାସତ୍ତ୍ୱେ ମୁଁ ମୋ ଚେହେରାକୁ ଲୁଚାଇବାକୁ ଚାହୁଁ ନ ଥିଲି। ଦୁନିଆର ସବୁଠୁ ସୁନ୍ଦର ଝିଅ ହେବା ଲାଗି ମୋର ଆଶା ନାହିଁ। ହେଲେ ଏପରି ସ୍ଥିତିରେ ମୋ ମାନସିକତା ବଦଳି ଯାଇଥିଲା। ମୋର ସବୁଠୁ ବଡ଼ ଜିତ ହେଉଛି ମୋର ୭ ବର୍ଷର ପୁଅ। ମୋର କେଶ ଝଡ଼ିବା ପରଠାରୁ ମୋତେ କାହାକୁ ମୁହଁ ଦେଖାଇବାକୁ ଖରାପ ଲାଗୁଥିଲା।

ହେଲେ ସମୟକ୍ରମେ ଏହା ମୋର ଶକ୍ତିରେ ପରିଣତ ହେଲା। ଏହି ପୋଷ୍ଟ ସବୁ ମହିଳାଙ୍କ ଲାଗି ସର୍ମପିତ। ନାରୀ ସବୁବେଳେ ହିଁ ସୁନ୍ଦର। ସୋଶାଲ ମିଡ଼ିଆରେ ୟୁଜର୍ସମାନେ ଏହି ପୋଷ୍ଟର ବହୁ ପ୍ରଶଂସା କରୁଛନ୍ତି।



from Odisha Reporter http://bit.ly/2Wd712x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages