
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମଧୁସୂଦନ ଛକରେ ଟ୍ରାଫିକ୍ ପୁଲିସ୍କୁ ଠେଲାପେଲା କରିବା ଓ ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ ଚାରି ଯୁବକଙ୍କ ମଧ୍ୟରୁ ଜଣଙ୍କ ନିକଟରୁ ଗୋଟିଏ ଗୁଳି ଜବତ କରାଯାଇଛି। ଏହା ପରେ ପୁଲିସ୍ ତା’ର ଅନୁସନ୍ଧାନର ଦିଗ ବଦଳାଇଛି। ଅଭିଯୁକ୍ତ କେଉଁଠାରୁ ଗୁଳି ଆଣିଥିଲେ ଓ କେଉଁ ଉଦ୍ଦେଶ୍ୟରେ ଆଣିଥିଲେ- ଏବେ ସେ ନେଇ ପୁଲିସ୍ ଖୋଳତାଡ଼ କରୁଛି।
ଗିରଫ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ପୂର୍ବରୁ ଅପହରଣ ଏବଂ ଦାଦାବଟି ଆଦାୟ ଭଳି ମାମଲା ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ସେମାନଙ୍କ ନାଁରେ ଆଉ କେଉଁ ମାମଲା ରହିଛି, ସେ ନେଇ ବି ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ମଧୁସୂଦନ ଛକରେ ନୋଏଣ୍ଟ୍ରିରେ ଏହି ଯୁବକମାନେ ଗାଡ଼ି ପୂରାଇ ଦେଇଥିଲେ। ଟ୍ରାଫିକ୍ ପୁଲିସ୍ ସେମାନଙ୍କୁ ବାରଣ କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଟ୍ରାଫିକ୍ ପୁଲିସ୍କୁ ଠେଲାପେଲା କରିବା ସହ ମାରିଦେବାକୁ ଧମକ ଦେଇଥିଲେ।
from Odisha Reporter http://bit.ly/2DEIQTk
No comments:
Post a Comment