ରାଜନଗର ବୁଥ୍‌ରେ ରିଗିଂ ଅଭିଯୋଗ,ଜଣେ ବ୍ୟକ୍ତି ଦେଇଛନ୍ତି ଏକାଧିକ ଥର ଭୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ରାଜନଗର ବୁଥ୍‌ରେ ରିଗିଂ ଅଭିଯୋଗ,ଜଣେ ବ୍ୟକ୍ତି ଦେଇଛନ୍ତି ଏକାଧିକ ଥର ଭୋଟ୍‌

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ଏକ ବୁଥରେ ରିଗିଂ ହୋଇଥିବାର ଅଭିଯୋଗ ଆସିଛି। ଔପଦା ପଞ୍ଚାୟତର କୋରିରାପଲ୍ଲୀ ଗାଁରେ ହୋଇଥିବା ୧୬୦ ନମ୍ବର ବୁଥରୁ ଆସିଛି ଏହି ଅଭିଯୋଗ। ଜଣେ ବ୍ୟକ୍ତି ବୁଥ୍ ଭିତରେ ପଶି ଏକାଧିକ ଭୋଟ୍ ଦେଉଥିବାର ଭିଡିଓ ‘ଓଟିଭି’ର ହସ୍ତଗତ ହୋଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ସିଙ୍ଗିର ବଜାର ସ୍ଥିତ ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥରୁ ଏହି ଅଭିଯୋଗ ଆସିଛି। ସେଠାରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବାର ଏହି ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଏହି ବ୍ୟକ୍ତି ଜଣଙ୍କ ଏକ ଇଭିଏମ୍ ମେସିନ୍ ପାଖରେ ଛିଡ଼ା ହୋଇଛନ୍ତି। ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କ ସହିତ କଥା ହେଉଛନ୍ତି। ସେମାନେ ଭୋଟ୍ ଦେଉଥିବା ବେଳେ ସେ ଦେଖୁଛନ୍ତି। ସେମାନଙ୍କୁ ସେ କିଛି ନିର୍ଦ୍ଦେଶ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରିକି ସେ ନିଜେ ଏକାଧିକ ଥର ଭୋଟ୍ ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଏମପି (ସାଂସଦ)ଙ୍କ ଇଭିଏମ୍ ପାଖରେ ସେହି ବ୍ୟକ୍ତି ଜଣଙ୍କ ଛିଡ଼ା ହୋଇ ଏଭଳି କାମ କରୁଥିଲେ। ସେ ପୋଲିଂ କର୍ମଚାରୀ ଅବା କୌଣସି ଦଳର ଏଜେଣ୍ଟ ମଧ୍ୟ ନୁହନ୍ତି ବୋଲି ଜଣାପଡ଼ିଛି। ତେବେ ସେ କେମିତି ବୁଥ୍ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରିବାକୁ ସାହସ କଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter http://bit.ly/2ZHuDhN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages