ମୁମ୍ବାଇକୁ ହରାଇ ବିଜୟଧାରାକୁ ଫେରିଲା କେକେଆର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ମୁମ୍ବାଇକୁ ହରାଇ ବିଜୟଧାରାକୁ ଫେରିଲା କେକେଆର୍

କୋଲକାତା: ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଆଧାରରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଚଳିତ ଆଇପିଏଲର ରବିବାର ରାତିରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୪ ରନରେ ପରାସ୍ତ କରିଛି। ଏଥିସହ କେକେଆର ଲଗାତାର ୬ଟି ମ୍ୟାଚର ପରାଜୟଧାରା ଭାଙ୍ଗି ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି।

ଟି-୨୦ କ୍ରିକେଟରେ କେକେଆରର ଏହା ୧୦୦ତମ ବିଜୟ। କେକେଆର ଆଇପିଏଲରେ ୯୧ ଏବଂ ଚାମ୍ପିଅନ୍ସ ଲିଗ୍ ଟି-୨୦ରେ ୯ ବିଜୟ ହାସଲ କରିଛି। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମୁକାବିଲାରେ କେକେଆର ଓପ୍ନର ଶୁବମାନ ଗିଲ୍ (୭୬) ଓ କ୍ରିସ୍ ଲିନ୍ (୫୪)ଙ୍କ ଅର୍ଦ୍ଧଶତକ ବଳରେ ରସେଲ (୪୦ ବଲ୍, ୮୦ ରନ୍, ୬ ଚୌକା, ୮ ଛକା)ଙ୍କ ଧମାକା ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୩୨ ରନର ବିଶାଳ ସ୍କୋର ଛିଡ଼ା କରିଥିଲା, ଯାହା ଚଳିତ ସିଜନର ସର୍ବାଧିକ ସ୍କୋର।

ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ମାର୍ଚ୍ଚ ୩୧ ତାରିଖରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୩୧ ରନ୍ କରିଥିଲା। ଜବାବରେ ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟା (୩୪ ବଲ, ୯୧ ରନ୍, ୬ ଚୌକା, ୯ ଛକା)ଙ୍କ ବିସ୍ଫୋରକ ଇନିଂସ୍ ସତ୍ତେ୍ୱ ୭ ୱିକେଟରେ ୧୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା।

ହାର୍ଦ୍ଦିକଙ୍କ ବ୍ୟତୀତ ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। କେକେଆର୍ ପକ୍ଷରୁ ରସେଲ୍ ୨୫ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ସେହିପରୀ ହ୍ୟାରୀ ଗର୍ନି ଓ ସୁନୀଲ ନରିନ୍ ମଧ୍ୟ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ଏହି ବିଜୟ ସହ କେକେଆର ୧୨ ମ୍ୟାଚରୁ ୧୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ୧୨ ମ୍ୟାଚରେ ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।

ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇର ଆରମ୍ଭ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା ଏବଂ ଟିମ୍ ୫୮ ରନରେ ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଅଧିନାୟକ ରୋହିତ ଶର୍ମା (୧୨) ଓ କ୍ୱିଣ୍ଟନ୍ ଡି’କକ୍ (୦) ନିରାଶ କରିଥିବାର ବେଳେ ଏଭିନ୍ ଲୁଇସ୍ (୧୫) ଓ ସୂର୍ଯ୍ୟକୁମାର ଯାଦବ (୨୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

କାଇରନ୍ ପୋଲାର୍ଡ ଓ ହାର୍ଦ୍ଦିକ ଏହା ପରେ ସ୍ଥିତି ସମ୍ଭାଳିଥିଲେ। ବିଶେଷକରି ହାର୍ଦ୍ଦିକ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରି କେକେଆର ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। କିନ୍ତୁ ପୋଲାର୍ଡ ନିଜ ଶୈଳୀର ବିପରୀତ ବ୍ୟାଟିଂ କରିଥିଲେ। ପୋଲାର୍ଡ ମାତ୍ର ୨୧ ବଲରେ ୨୦ ରନ୍ କରି ଆଉଟ୍ ହୋଇଥିଲେ।

ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ। ଏହା ପରେ ହାର୍ଦ୍ଦିକ ଓ କୃନାଲ୍ ପାଣ୍ଡ୍ୟା ଦ୍ରୁତ ରନ୍ କରିଥିଲେ ହେଁ, ଟିମକୁ ବିଜୟ ନିକଟତର ପହଞ୍ଚାଇପାରି ନଥିଲେ। ଟିମ୍ ସ୍କୋର ୧୮୫ ଥିବା ବେଳେ ହାର୍ଦ୍ଦିକଙ୍କୁ ଗର୍ନି ଆଉଟ୍ କରିଥିଲେ। କୃନାଲ୍ ୨୪ ରନ୍ କରି ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। ଏହିପରି ଭାବେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୧୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା କେକେଆରକୁ ଦୁଇ ଓପ୍ନର ଗିଲ୍ ଓ ଲିନ୍ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୯୬ ରନ୍ ଯୋଡ଼ିଥିଲେ। ଲିନ୍ ୨୯ ବଲରେ ୮ ଚୌକା ଓ ୨ ଛକା ସହ ୫୪ ରନ୍ କରି ରାହୁଲ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ।

ଏହା ପରେ ଗିଲ୍ ଓ ରସେଲ୍ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଓପନ୍ କରିବାକୁ ଆସିଥିବା ଗିଲ୍ ମାତ୍ର ୪୫ ବଲରେ ୬ ଚୌକା ଓ ୪ ଛକା ସହ ୭୬ ରନ୍ କରି ହାର୍ଦ୍ଦିକଙ୍କ ଶିକାର ହୋଇଥିଲେ। ତୃତୀୟ ୱିକେଟ୍ ପାଇଁ ରସେଲ୍ ଓ କ୍ୟାପଟେନ୍ ଦିନେଶ କାର୍ତ୍ତିକ (୧୫*) ୨୮ ବଲରେ ଦ୍ରୁତ ୭୪ ରନର ଭାଗୀଦାରୀ ଟିମକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ।



from Odisha Reporter http://bit.ly/2vp3EcU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages