ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି କି? ଆପଣାନ୍ତୁ ଏହି ଉପାୟ, ନିଶ୍ଚୟ ମିଳିବ ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି କି? ଆପଣାନ୍ତୁ ଏହି ଉପାୟ, ନିଶ୍ଚୟ ମିଳିବ ସଫଳତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଘରୁ ବାହାରକୁ କୌଣସି କାମରେ ଗଲେ, ସଫଳତା ଆଶା ଆମ ମନ ଭିତରେ ଉଙ୍କି ମାରୁଥାଏ। ହେଲେଜୀବନରେ କେତେବେଳେ ସଫଳତା ତ କେତେବେଳେ ବିଫଳତାକୁ ସାମନା କରିବାକୁ ପଡ଼ିଥାଏ।

ଏହାସତ୍ତ୍ୱେ ବିଫଳତାର ପ୍ରତିଶତକୁ କମାଇବା ସହ ସଫଳତାର ମାତ୍ରା ବଢାଇବାକୁ ଆସନ୍ତୁ ଜାଣିବା କିଛି ଉପାୟ। ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିବାର ଆଶା ଦ୍ୱିଗୁଣିତ ହୋଇଯିବ। ତେଣୁ ଆପଣ ସପ୍ତାହର ପ୍ରତେକ ବାରରେ ଏହିପରି ଉପାୟ ଅବଲମ୍ୱନ କରି ବାହାରକୁ ଯାଆନ୍ତୁ, ସଫଳତା ନିଶ୍ଚୟ ପାଆନ୍ତୁ।

ସୋମବାର

ସୋମବାର ଘରୁ ବାହାରିବା ସମୟରେ ଆପଣ ଆଇନା ଦେଖି ବାହାରନ୍ତୁ। ଆପଣଙ୍କ କାମ ନିଶ୍ଚୟ ପୂରା ହେବ।

ମଙ୍ଗଳବାର

ମଙ୍ଗଳବାର ଘରୁ ବାହାରିଲା ବେଳେ ଗୁଡ଼ ଖାଇ ବାହାରନ୍ତୁ।  ଗୁଡ଼ରେ ମଧୁରତା ଭରି ରହିବା ପରି ଆପଣଙ୍କ ଦିନ ମଧ୍ୟ ଭଲରେ କଟିବା ସହ ସଫଳତା ପାଇବେ।

ବୁଧବାର

ବୁଧବାର ଘରୁ ବାହାରକୁ ଗଲା ବେଳେ ଧନିଆ ଖାଇ ବାହାରନ୍ତୁ। ଆପଣଙ୍କ କାମ ନିଶ୍ଚୟ ପୂରା ହେବ।

ଗୁରୁବାର

ଗୁରୁବାର ଆପଣ ଧଳା ବସ୍ତ୍ର ପରିଧାନ କରନ୍ତୁ। ଏହା ସହ  ଜିରା ଖାଇ ଘରୁ ବାହାରନ୍ତୁ । ଆପଣଙ୍କ ଦିନ ଭଲରେ କଟିବା ସହ କାର୍ଯ୍ୟରେ ସଫଳତା ପାଇବେ।

ଶୁକ୍ରବାର

ଏହି ବାରରେ ଆପଣ ବାହାରକୁ ଗଲାବେଳେ ଦହି ଖାଇ ଯାଆନ୍ତୁ। ଏହା ଆପଣଙ୍କୁ ଶୁଭ ଫଳ ଦେବ।

ଶନିବାର

ଶନିବାର  ବାହାରକୁ ଯିବା ବେଳେ ଅଦା ଖାଇ ବାହାରନ୍ତୁ। ଆପଣଙ୍କ କାମରେ କୌଣସି ବାଧା ଆସିବ ନାହିଁ। ଆଉ ଆପଣ କାର୍ଯ୍ୟରେ ସଫଳତା ପାଇବେ।

ରବିବାର

ଯଦି ଆପଣ ରବିବାର କିଛି ଜରୁରୀ କାମରେ ବାହାରକୁ ଯାଉଛନ୍ତି, ତାହାଲେ ପାନ ଖାଇବାକୁ ଭୁଲନ୍ତୁ ନାହିଁ। ଆପଣଙ୍କ କାମ ପୁରା ହେବାରେ କୌଣସି ବାଧା ଆସିବ ନାହିଁ।

 



from Odisha Reporter http://bit.ly/2Il6lUn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages