
ଲକ୍ଷ୍ମୌ: ଜାତି ଧର୍ମ ଆଧାରରେ ଭୋଟ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ଉତ୍ତର ପ୍ରଦେଶ ଦେୱବନ୍ଦ ରାଲିରେ ନିବେଦନ କରିବା ପରେ ନିର୍ବାଚନ କମିସନ (ଇସି) ଏହାକୁ ଗୁରୁତ୍ବର ସହ ନେଇଛି। ସାହରଣପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମାୟାବତୀଙ୍କ ଅଭିଭାଷଣ ବାବଦରେ ଇସି ରିପୋର୍ଟ ମାଗିଛନ୍ତି । ତେବେ ମାୟାବତୀଙ୍କ ଅଭିଭାଷଣର କେଉଁ ଅଂଶଟି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ସେ ନେଇ ନିର୍ବାଚନ କମିସନ ସ୍ପଷ୍ଟ କରିନାହାନ୍ତି।
ସୂଚନାଯୋଗ୍ୟ ଗତକାଲି ପଶ୍ଚିମ ଉତ୍ତର ପ୍ରଦେଶର ଦେୱବନ୍ଦରେ ଏସପି-ବିଏସପି-ଆରଏଲଡ଼ି ଏକାଠି ହୋଇ ମିଳିତ ରାଲି କରୁଥିଲେ। ଏହି ସମୟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଥିଲେ କଂଗ୍ରେସ ବିଜେପି ସହିତ ଲଢ଼ିଲେ ପାରିବ ନାହିଁ। ତେଣୁ ସମସ୍ତ ମୁସଲିମ ସମାଜ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି –ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳର ମିଳିତି ପ୍ରାର୍ଥୀକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ମାୟାବତୀ। ଏମିତିକି ଭୋଟ ଯେମିତି ଭାଗ ଭାଗ ନହୋଇଯାଏ ସେଥିପାଇଁ ମଧ୍ୟ ମୁସଲିମ ସମାଜକୁ ନିବେଦନ କରିଥିଲେ ବିଏସପି ସୁପ୍ରିମୋ।
ଧର୍ମ ଓ ଜାତି ଆଧାରରେ ଭୋଟ ପାଇଁ ମାୟାବତୀ ନିବେଦନ କରିଥିବାରୁ ନିର୍ବାଚନ କମିସନ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ମନେ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି।
ପଶ୍ଚିମ ଉତ୍ତର ପ୍ରଦେଶର ଦେୱବନ୍ଦରେ ମୁସଲିମ ଓ ଦଳିତ ଭୋଟରଙ୍କ ସଂଖ୍ୟା ଅଧିକ । ୨୦୧୭ ବିଧାନସଭା ଓ ୨୦୧୪ ସାଧାରଣ ନିର୍ବାଚନରେ ମୁସଲିମ ଓ ଦଳିତ ଭୋଟର ୮ଟି ଯାକ ଲୋକସଭା ଓ ବିଧାନସଭା ପାଇଁ ବିଜେପିକୁ ଭୋଟ ଦେଇଥିଲେ। ଏହାପରେ ୨୦୧୮ରେ ଏକ ଉପନିର୍ବାଚନରେ ଏସପି-ବିଏସପି ସମର୍ଥନରେ ଆରଏଲଡ଼ିର ପ୍ରାର୍ଥୀ ଜିତିବା ପରେ ଏବେ ୩ ଜଣ ମିଶି ପଶ୍ଚିମ ୟୁପିର ମୁସଲିମ-ଦଳିତଙ୍କ ଭୋଟ ନେବା ପାଇଁ ମହାମେଣ୍ଟ ଉଦ୍ୟମ କରୁଛି।
from Odisha Reporter http://bit.ly/2G7QeIt
No comments:
Post a Comment