
ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ମରାଡୋଗୋଚ୍ଛା ଗାଁରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
ଗତକାଲି ବିଳମ୍ୱିତ ରାତିରେ ଗାଁର ଆର୍ତ୍ତତ୍ରାଣ ବାଘଙ୍କ ମୋବାଇଲ ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲାଗାଇଥିବା ଅଭିଯୋଗ ହୋଇଛି। କିଏ ଆଉ କାହିଁକି ନିଆଁ ଲଗାଇଲା ତାହା ଜଣାପଡ଼ି ନାହିଁ। ଏନେଇ ଆର୍ତ୍ତତ୍ରାଣ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2IIg8nG
No comments:
Post a Comment