ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା ଟିମ୍ ଘୋଷିତ; ଚାଣ୍ଡିମଲ୍ ବାଦ୍, ଫେରିଲେ ଥିରିମାନେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା ଟିମ୍ ଘୋଷିତ; ଚାଣ୍ଡିମଲ୍ ବାଦ୍, ଫେରିଲେ ଥିରିମାନେ

କଲମ୍ବୋ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ଟିମର ଘୋଷଣା କରାଯାଇଛି। ପ୍ରାୟ ୪ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିଥିବା ଦିମୁଥ କରୁଣାରତ୍ନେଙ୍କୁ ଟିମର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

ଅନ୍ୟପକ୍ଷରେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ଦିନେଶ ଚାଣ୍ଡିମଲଙ୍କୁ ଜାତୀୟ ଦଳରୁ ବାଦ୍ ଦିଆଯାଇଛି। ଚାଣ୍ଡିମଲ ଗତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଜାତୀୟ ଦଳର ଅଧିନାୟକ ଥିଲେ। କିନ୍ତୁ ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦଳ ଲଗାତାର ଖରାପ ପ୍ରଦର୍ଶନ କରିଥିଲା। ଏହାଛଡ଼ା ଚାଣ୍ଡିମଲ ନିଜର ଖରାପ ପ୍ରଦର୍ଶନ ଦ୍ୱାରା ଚୟନକର୍ତ୍ତାଙ୍କୁ ନିରାଶ କରିଥିଲେ, ଯେଉଁ କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି।

୩୦ ବର୍ଷୀୟ କରୁଣାରତ୍ନେ ୨୦୧୫ ବିଶ୍ୱକପ୍ ପରେ ଶ୍ରୀଲଙ୍କା ପକ୍ଷରୁ ଗୋଟିଏ ବି ଦିନିକିଆ ଖେଳିନାହାନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଟିମର ଅଧିନାୟକ ଭଳି ବଡ଼ ଦାୟିତ୍ୱ ଦେବା ସମସ୍ତଙ୍କୁ ଚକିତ କରିଛି। ସେ ଶ୍ରୀଲଙ୍କା ପକ୍ଷରୁ ମାତ୍ର ୧୭ ଦିନିକିଆ ଖେଳି ୧୫.୮୩ ହାରରେ ୧୯୦ ରନ୍ କରିଛନ୍ତି।

ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିଥିଲା ଏବଂ ଏହି କାରଣରୁ ତାଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ଗତମାସରେ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ କରୁଣାରତ୍ନେଙ୍କ ଉପରେ ଜୋରିମାନା ଲଗାଯାଇଥିଲା।

ବାମହାତୀ ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ ଓ ଲେଗ୍ ସ୍ପିନର ଜେଫ୍ରୀ ଭାଣ୍ଡରସେଙ୍କୁ ବିଶ୍ୱକପ୍ ପାଇଁ ଜାତୀୟ ଦଳରେ ସାମିଲ୍ କରାଯାଇଛି। ତେବେ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ନିରୋଶାନ୍ ଡିକୱେଲା, ଅଫସ୍ପିନର ଅକିଲା ଧନଞ୍ଜୟ, ଓପନିଂ ବ୍ୟାଟ୍ସମ୍ୟାନ୍ ଦନୁସ୍କା ଗୁଣତିଳକ ଓ ଉପୁଲ ତରଙ୍ଗାଙ୍କୁ ଟିମରେ ସ୍ଥାନ ମିଳିନାହିଁ।

ଶ୍ରୀଲଙ୍କା ଟିମକୁ ମିଲିନ୍ଦା ସିରିବର୍ଦ୍ଧନା, ଭାଣ୍ଡରସେ ଓ ଜୀବନ ମେଣ୍ଡିସଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ସିରିବର୍ଦ୍ଧନା ଓ ଭାଣ୍ଡରସେ ୨୦୧୭ ଅକ୍ଟୋବରେ ନିଜ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେହିପରି ଜୀବନ ୨୦୧୫ରେ ଆଫଗାନିସ୍ତାନ ବିପକ୍ଷ ମୁକାବିଲା ଖେଳିଥିଲେ। ଭେଟେରାନ୍ ବୋଲର ଲସିଥ୍ ମାଲିଙ୍ଗା ନିଜ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ଅଲରାଉଣ୍ଡର ଥିସାରା ପରେରା ଟିମରେ ସାମିଲ୍ ହୋଇଛନ୍ତି।

ଶ୍ରୀଲଙ୍କା ଟିମ୍: ଦିମୁଥ କରୁଣାରତ୍ନେ (ଅଧିନାୟକ), ଲସିଥ୍ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ୍, ଥିସାରା ପରେରା, କୁଶଲ ପରେରା, ଧନଞ୍ଜୟ ଡି’ସିଲଭା, କୁଶଲ ମେଣ୍ଡିସ, ଇସୁରୁ ଉଦାନା, ମିଲିନ୍ଦା ସିରିବର୍ଦ୍ଧନା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଜୀବନ ମେଣ୍ଡିସ, ଲାହିରୁ ଥିରିମାନେ, ଜେଫ୍ରୀ ଭାଣ୍ଡରସେ, ନୁୱନ୍ ପ୍ରଦୀପ, ସୁରଙ୍ଗା ଲାକମଲ୍ ।



from Odisha Reporter http://bit.ly/2IGroBh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages