ପ୍ରାର୍ଥିପତ୍ର ଦାଖଲ କଲେ ମାନେକା ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ପ୍ରାର୍ଥିପତ୍ର ଦାଖଲ କଲେ ମାନେକା ଗାନ୍ଧି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ମାନେକା ଗାନ୍ଧି ଆସନ୍ତା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଗତଥର ଉତ୍ତର ପ୍ରଦେଶର ପିଲିଭିଟ୍‌ରୁ ପ୍ରାର୍ଥୀ ହୋଇଥିବା ବେଳେ ଏଥର କିନ୍ତୁ ବିଜେପି ତାଙ୍କୁ ସୁଲତାନପୁରରୁ ଟିକେଟ୍‌ ଦେଇଛି। ଆଜି ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମାନେକା ଗାନ୍ଧି ଦଳୀୟ ସମର୍ଥକଙ୍କ ସହ ଏକ ବିଶାଳ ରୋଡ୍‌ ଶୋ’ କରିଥିଲେ।

ମାନେକା କହିଛନ୍ତି, “ମୁଁ ନିର୍ବାଚିତ ହେଲେ ସୁଲତାନପୁରରେ ବିକାଶମୂଳକ କାର୍ଯ୍ୟ ଆଗକୁ ବଢ଼ିବ। ମୁଁ ମୋର ପୂର୍ବ ନିର୍ବାଚନ ମଣ୍ଡଳୀରେ ଯେଉଁଭଳି ଭାବେ ବିକାଶମୂଳକ କାର୍ଯ୍ୟ କରିଥିଲି, ଏଠାରେ ମଧ୍ୟ ସମାନ କାର୍ଯ୍ୟ କରିବି। ମୋଦିଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁ ବିଜେପି ପୁଣି ଜିତିବ ଓ ସରକାର ଗଠନ କରିବ।”

ମାନେକାଙ୍କ ପିଲିଭିଟ୍‌ ଆସନରୁ ଏଥର ଦଳ ତାଙ୍କ ପୁଅ ବରୁଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିଛି।



from Odisha Reporter http://bit.ly/2GvMkJM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages