ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲମ୍ୱୋ: ଶ୍ରୀଲଙ୍କାର ଆଜି ପୁଣି ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ପୁଗୋଡ଼ା ସହରରେ ଏହି ବିସ୍ଫୋରଣ ହୋଇଛି। ଏକ କୋର୍ଟ ପଛରେ ଏହି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି। ତେବେ ଏହି ବିସ୍ଫୋରଣ ଯୋଗୁ ହୋଇଥିବା କ୍ଷୟକ୍ଷତି ସଂପର୍କରେ କିଛି ସୂଚନା ମିଳିପାରି ନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ରବିବାର ଦିନ ଶ୍ରୀଲଙ୍କାରେ ଇଷ୍ଟର ପର୍ବ ପାଳନ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ସିରିଜ୍ ବିସ୍ଫୋରଣ ହୋଇଥିଲା। କିଛି ଚର୍ଚ୍ଚ ଓ ହୋଟେଲ୍‌ରେ ଏହି ସବୁ ବିସ୍ଫୋରଣ କରାଯାଇଥିଲା। ସରକାରୀ ହିସାବ ଅନୁଯାୟୀ ଏଥିରେ ବର୍ତ୍ତମାନ ସୁଦ୍ଧା ୩୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ ଜଣ ଆହତ ହୋଇଛନ୍ତି।

ଏହି ଗଣସଂହାର ଘଟଣାରେ ଭାରତ ସମେତ ବିଭିନ୍ନ ଦେଶର ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ) ଏବଂ ସ୍ଥାନୀୟ ଜାତୀୟ ତୋହୀଦ ଜମାତ(ଏନଟିଜେ) ଏହି ଆକ୍ରମଣ କରିଥିବା ସ୍ପଷ୍ଟ କରିଛନ୍ତି।

ରବିବାର ଦିନ ଆଠଟି ସିରିଜ ବିସ୍ଫୋରଣ ହୋଇଥିବା ବେଳେ ଏଯାଏଁ ଛୋଟମୋଟ ୫ରୁ ୬ଟି ବିସ୍ଫୋରଣ ହୋଇସାରିଛି। ଏମିତିକି ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ମଧ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି।



from Odisha Reporter http://bit.ly/2Dxf1nA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages