
କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ଗାଁ ନିକଟ ପୋଲ ପାଖରେ ଥିବା ଗାଧୁଆ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ମୃତକ ଜଣଙ୍କ ହେଲେ ସିକରପାଇ ଗାଁର ଝଡ଼ିଆ ସାହିର କିରଣ ୱାଡ଼କା।
ଗତକାଲି ରାତି ପ୍ରାୟ ୯ଟା ବେଳେ କିରଣ ଖାଇସାରି ତାଙ୍କର ଜଣେ ସାଙ୍ଗଙ୍କ ସହିତ ଗୋଧୋଇବାକୁ ଯାଇଥିଲେ। ହେଲେ ରାତିରେ ସେ ଆଉ ଘରକୁ ଫେରି ନଥିଲେ।
ଆଜି ସକାଳେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ନଦୀକୁ ଗାଧୋଇବାକୁ ଆସିଥିବା ଲୋକେ କିରଣଙ୍କ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସହ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2W7fSCH
No comments:
Post a Comment