
ନୂଆଦିଲ୍ଲୀ: ରବିବାର ଆରଜେଡି ନେତା ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ତାଙ୍କୁ ରାଞ୍ଚି ହସ୍ପିଟାଲରେ ଚିକିତ୍ସାଧୀନ ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବାକୁ ଅନୁମତି ଦେଉନାହାନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ଲାଲୁଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚନା କରାଯାଇଛି।
ତେଜସ୍ୱୀ ଟ୍ୱିଟ୍ କରି କହିଛନ୍ତି, “ଗତକାଲି ସନ୍ଧ୍ୟାଠାରୁ ମୁଁ ବାପାଙ୍କୁ ଭେଟିବି ବୋଲି ରାଞ୍ଚି ହସ୍ପିଟାଲଠାରେ ଅପେକ୍ଷା କରିଛି। କିନ୍ତୁ ଏ ବିଜେପି ସରକାର ଗୋଟିଏ ପୁଅକୁ ତା’ ବାପାଙ୍କୁ ଭେଟିବାକୁ ଅନୁମତି ଦେଉନି।”
ଦୁଇ ସପ୍ତାହ ତଳେ ଡାକ୍ତର ଲାଲୁଙ୍କ ଏକ୍ସରେ ଏବଂ ଇକୋ କାର୍ଡିଓଗ୍ରାଫି ପରୀକ୍ଷା କରାଇବା ନିମନ୍ତେ ଜେଲ ପ୍ରଶାସନକୁ କହିଥିଲେ। କିନ୍ତୁ ତାହା ଏଯାଏ ହୋଇପାରିନାହିଁ। ଏହା ଠିକ୍ ନୁହେଁ ଏବଂ ଏହା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ସେ କହିଛନ୍ତି।
ତେଜସ୍ୱୀ ଶନିବାର ୫ଟା ସମୟରେ ତାଙ୍କ ବାପାଙ୍କୁ ଭେଟିବାକୁ ଆସିଥିଲେ କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା। ଏହାପରେ ସେ ଜେଲ ମାନୁଆଲ୍ କଥା ଉଠାଇ କହିଥିଲେ, ପରିବାର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି। ଉପସ୍ଥିତ ଅଧିକାରୀ ତାଙ୍କୁ କହିଥିଲେ, ସେ ଜେଲ ସହିତ ଯୋଗାଯୋଗ କରନ୍ତୁ। କିନ୍ତୁ ତେଜସ୍ଵୀ ଅଭିଯୋଗ କରିଛନ୍ତି ଯେ ଲାଲୁଙ୍କ ଚିକିତ୍ସା ନକରି ତାଙ୍କୁ ମାନସିକ ସ୍ତରରେ ଆଘାତ ଦିଆଯାଉଛି।
from Odisha Reporter http://bit.ly/2YUCc4n
No comments:
Post a Comment