ବିଜେଡିକୁ ନିକୃଷ୍ଟ ଶାସକ କହିଲେ ଶାହ, ଉତ୍ତରରେ ନବୀନ କହିଲେ ବିଜେପି ବିରାଡି ବୈଷ୍ଣବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ବିଜେଡିକୁ ନିକୃଷ୍ଟ ଶାସକ କହିଲେ ଶାହ, ଉତ୍ତରରେ ନବୀନ କହିଲେ ବିଜେପି ବିରାଡି ବୈଷ୍ଣବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ମହାଯୁଦ୍ଧ ପାଇଁ ପ୍ରଚାର ମୈଦାନରେ ଏବେ ଜବରଦସ୍ତ ଲଢ଼େଇ। ଏହି କ୍ରମରେ ଆଜି ଟକ୍କରରେ ଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଭା। ଶାହ ଓଡ଼ିଶାର ୨ଟି ସ୍ଥାନରେ ନିର୍ବାଚନୀ ସଭା କରିଥିବା ବେଳେ ଭୁବନେଶ୍ୱର ସଭାରରେ ନବୀନ ସରକାର ଉପରେ ଧୁମ୍‌ ବର୍ଷିଥିଲେ। ରାଜ୍ୟ ଶାସନକୁ ନିକୃଷ୍ଟ ଶାସନର ଆଖ୍ୟା ଦେଇ ସିଧା ଶଳଖ ନବୀନଙ୍କୁ କଟାକ୍ଷ କରିଥିଲେ। ସେହିପରି ମାରାଥନ୍ ରାଲି ଓ ନିର୍ବାଚନୀ ସଭା କରି ନବୀନ ମଧ୍ୟ ବିଜେପି ସରକାର ଉପରେ ଜୋରଦାର ବର୍ଷିଛନ୍ତି। ଭୋଟ୍ ବେଳେ କେନ୍ଦ୍ର ସରକାର ବିରାଡ଼ି ବୈଷ୍ଣବ ସାଜିଛନ୍ତି ବୋଲି ବ୍ୟାଙ୍ଗ କରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସାଧାରଣ ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ବିଜେପି, ବିଜେଡି ଏବଂ କଂଗ୍ରେସ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି। ଆଜି ଭୁବନେଶ୍ୱର ଗସ୍ତ ଅବସରରେ ଓଡ଼ିଶା ପାଇଁ ବିଜେପିର ଇସ୍ତାହାର ଉନ୍ମୋଚନ କରିଛନ୍ତି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ। ଇସ୍ତହାର ଉନ୍ମୋଚନ ସଭାରେ ଶାହଙ୍କ ନିଶାନାରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁଥର ଭଳି ଏଥରର ହମ୍ଲା ଥିଲା ଅଧିକ ଶକ୍ତ ଓ ଶାଣିତ।

ସିଧା ନବୀନଙ୍କ ଚରିତ୍ର ଉପରେ ପ୍ରହାର କରିଥିଲେ ଶାହ। ସହଯୋଗୀଙ୍କୁ ସମ୍ମାନ ନ ଦେବା, ପଛରୁ ଛୁରି ଭୁଷିବା ଏବଂ ବିକଳ୍ପ ଭାବେ ମୁଣ୍ଡ ଟେକିଲେ ଦଳରୁ ବିଦା କରିବା ଭଳି ବିଚିତ୍ର ରାଜନୈତିକ ସଂସ୍କୃତିକୁ ସେ ନବୀନ ସରକାରରେ ଅନୁଭବ କରିଛନ୍ତି ବୋଲି କହିଛନ୍ତି। ରାଜ୍ୟରେ ବିଜେଡି ଶାସନକୁ କଂଗ୍ରେସଠାରୁ ଅଧିକ ନିକୃଷ୍ଟ ଶାସନର ଆଖ୍ୟା ଦେଇଛନ୍ତି ସେ।

ଇସ୍ତାହାର ଉନ୍ମୋଚନ ଉତ୍ସବ ପରେ ଶାହ ପୋଲସରା ଓ ବରଗଡ଼ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିଥିଲେ। ଏ ଦୁଇ ସଭାରେ ଚିଟ୍‌ଫଣ୍ଡ, ଖଣି ଦୁର୍ନୀତି,  ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟରୁ ନବୀନ ସରକାରର ମୂଳୋତ୍ପାଟନ ଆହ୍ୱାନ ଦେଇଥିଲେ ଶାହ।

ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସରକାର ଉପରେ ଜୋରର୍ଦାର ବର୍ଷିଛନ୍ତି । ନବୀନ ଆଜି ଗୁଣପୁର, ବିଷମକଟକ, ରାୟଗଡ଼ା, ମୋହନା ଓ ପାରଳାଖେମୁଣ୍ଡିରେ ନିର୍ବାଚନୀ ସଭା ଓ ଶୋଭାଯାତ୍ରା କରିଥିଲେ। ଗୁଣପୁର ସଭାରେ କେନ୍ଦ୍ରକୁ ଟାର୍ଗେଟ୍ କରି ନବୀନ କହିଥିଲେ କେନ୍ଦ୍ର ପକ୍ଷରୁ ତିତଲି ସହାୟତା ପ୍ରଥମେ ଆନ୍ଧ୍ରକୁ ଦିଆଗଲା ବହୁ ପଛରେ ଆମମାନଙ୍କ କଥା ମନେପଡ଼ିଲା। ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ରର ଦରଦ ଏମିତି ବୋଲି କହି କଟାକ୍ଷ କରିଥିଲେ ନବୀନ।



from Odisha Reporter http://bit.ly/2U1EIlq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages