କେଶ ରଙ୍ଗ କରିବା ପୂର୍ବର ଜାଣନ୍ତୁ କିଛି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

କେଶ ରଙ୍ଗ କରିବା ପୂର୍ବର ଜାଣନ୍ତୁ କିଛି ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ସମସ୍ତେ ସୁନ୍ଦର ଦେଖାଯିବାକୁ କାହିଁ କେତେ ଉପାୟ ଆପଣାଉଛନ୍ତି। ତେବେ ଆପଣ ଫ୍ୟାସନ୍ କଥା କହିଲେ ପ୍ରଥମେ କେଶ କଥା ସାମ୍ନାକୁ ଆସେ। କେଶ ଆମର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ସୁନ୍ଦର କେଶ ସବୁଦିନ ପାଇଁ ରଖିବାକୁ ହେଲେ ତାହାର ଯତ୍ନ ମଧ୍ୟ ନେବାକୁ ହୋଇଥାଏ।

ଆପଣ ଜାଣିଛନ୍ତି କି ସଠିକ୍ ଭାବେ କେଶ ରଙ୍ଗ ନ କଲେ ଏହା ଆମ କେଶକୁ ଖରାପ ମଧ୍ୟ କରିପାରେ। ତେବେ ଆପଣ ଯଦି କେଶ ରଙ୍ଗ କରୁଥାନ୍ତି ତାହାଲେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଏକ ଅଲଗା ଲୁକ୍ ଦେବ।

୧) ବ୍ୟକ୍ତିତ୍ୱ ହିସାବରେ କେଶ ରଙ୍ଗ ଚୟନ କରନ୍ତୁ 

ବଜାରରେ ଅନେକ ପ୍ରକାର ହେୟାର୍ କଲର୍ ମିଳିଥାଏ। ତେବେ ଆପଣ ଆପଣଙ୍କ ବ୍ୟକ୍ତିତ୍ୱକୁ ଖାପ ଖୁଆଇଲା ଭଳି ରଙ୍ଗ ବାଛନ୍ତୁ। ଯେପରିକି କେଶ ରଙ୍ଗ କରିବା ସହ ଏହା ଆପଣଙ୍କୁ ଅଲଗା ଲୁକ୍ ଦେବ।

୨)ସାଇଡ୍ଇଫେକ୍ଟ ଉପରେ ଧ୍ୟାନ ଦିଅନ୍ତୁ 

ରଙ୍ଗ କିଣିବା ଆଗରୁ ସେ ବିଷୟରେ ପୂରା ତଥ୍ୟ ନିଅନ୍ତୁ। ଏହା ଆପଣଙ୍କ କେଶ ମୂଳ ବା କେଶରେ କିଛି ସାଇଡ୍ ଇଫେକ୍ଟ ଭଳି ସମସ୍ୟା ସୃଷ୍ଟି କରିବ ନାହିଁ ତ? ତେବେ ଆପଣ ଯଦି ପ୍ରଥମ ଥର ପାଇଁ କେଶ ରଙ୍ଗ କରୁଛନ୍ତି, ତାହାଲେ କୌଣସି ହେୟାର୍ କଲର୍ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ।

୩) ହାତରେ ଗ୍ଲୋବସ୍ ପିନ୍ଧନ୍ତୁ

ଯଦି ଆପଣ ପାର୍ଲର ନ ଯାଇ ଘରେ କେଶ ରଙ୍ଗ କରୁଛନ୍ତି ତାହାଲେ ହାତରେ ଗ୍ଲୋବସ୍ ବ୍ୟବହାର କରନ୍ତୁ। ନ ହେଲେ ଏହା ଆପଣଙ୍କ ତ୍ୱଚାକୁ ଖରାପ କରିପାରେ।

୪) କେଶକୁ ଭଲରେ ଶୁଖାନ୍ତୁ

ରଙ୍ଗ କରିବା ଆଗରୁ କେଶକୁ ଭଲରେ ଧୋଇ ଶୁଖାଇ ଦିଅନ୍ତୁ। ଏହା ପରେ ରଙ୍ଗ କରନ୍ତୁ।

୫) ରଙ୍ଗ କରିବା କ୍ଷଣି କେଶ ଧୁଅନ୍ତୁ ନାହିଁ 

ରଙ୍ଗ କରିବାର ତୁରନ୍ତ ପରେ କେଶ ଧୁଅନ୍ତୁ ନାହିଁ। ଏହା ଆପଣଙ୍କ ରଙ୍ଗକୁ ଫିକା କରିପାରେ।

୬) ଥଣ୍ଡା ପାଣିର ବ୍ୟବହାର କରନ୍ତୁ 

ଆପଣ କେଶ ରଙ୍ଗ କରିବା ପରେ ଥଣ୍ଡା ପାଣିର ବ୍ୟବୟାର କରନ୍ତୁ। ଏହା କଲେ ଆପଣଙ୍କ କେଶର ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ରହିବ।

୬) ଆଲର୍ଜିରୁ ଦୂରେଇ ରୁହନ୍ତୁ 

ଯଦି ଆପଣ କେଶକୁ ରଙ୍ଗ କଲେ ଆଲର୍ଜି ଭଳି  କୌଣସି ସମସ୍ୟା ହେଉଛି ତାହାଲେ କେଶ ରଙ୍ଗ କରନ୍ତୁ ନାହିଁ।

୮) କେବଳ ଫ୍ୟାସନ୍ ପାଇଁ ରଙ୍ଗ କରନ୍ତୁ ନାହିଁ 

ଆପଣ ଅନ୍ୟଠୁ ଦେଖି ବା ଫ୍ୟାସନ୍ ପାଇଁ କେବେ ହେଲେ ରଙ୍ଗ କରନ୍ତୁ ନାହିଁ। ଥରେ କେଶ ରଙ୍ଗ କଲା ପରେ ଯେତେବେଳେ ଛାଡ଼ି ଥାଏ କେଶ ଖରାପ ହୋଇଯାଇଥାଏ। ତେଣୁ ଏହା କରିବାରୁ ଦୂରେଇ ରୁହନ୍ତୁ।

୯) କଣ୍ଡିସନର୍ ଲଗାନ୍ତୁ 

କେଶକୁ ରଙ୍ଗ କରି ଧୋଇ ସାରିଲା ପରେ କଣ୍ଡିସନର୍ ଲଗାନ୍ତୁ। ଏହା ସହ କିଛି ପ୍ରଫେସନାଲ୍ ହେୟାର୍ ସ୍ପା କିମ୍ବା ହେୟାର୍ ଟ୍ରିଟମେଣ୍ଟ କରନ୍ତୁ। ଏହା କରିବାରୁ କେଶରେ ରଙ୍ଗ ଅଧିକା ଦିନ ଯାଏ ରହିଥାଏ।

୧୦)  ରୂପି ପାଇଁ ଥିବା ସାମ୍ପୂ ବ୍ୟବହାର କରନ୍ତୁ ନାହିଁ।

ଆପଣ କେଶ ରଙ୍ଗ କଲା ପରେ ରୂପି ପାଇଁ ବ୍ୟବହାର କରୁଥିବା ସାମ୍ପୂ ବ୍ୟବହାର କରନ୍ତୁ ନାହିଁ। ସେହି ସାମ୍ପୂରେ ଥିବା କେମିକାଲ୍ ରଙ୍ଗକୁ ଫିକା କରିପାରେ।



from Odisha Reporter http://bit.ly/2GyvQ3j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages