କାର ଧକ୍କାରେ ବାପା ମୃତ, ଦୁଇ ଝିଅ ଗୁରୁତର: ଗାଡ଼ି ଭିତରୁ ମିଳିଲା ବିଜେଡି ପତାକା, ମଦ ବୋତଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

କାର ଧକ୍କାରେ ବାପା ମୃତ, ଦୁଇ ଝିଅ ଗୁରୁତର: ଗାଡ଼ି ଭିତରୁ ମିଳିଲା ବିଜେଡି ପତାକା, ମଦ ବୋତଲ

accident

କଟକ(ପ୍ରଭାତ ବିଷୋୟୀ):କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।  ମୃତକ ହେଲେ କଲେଜ ଛକ ଅଞ୍ଚଳର ମୃତ୍ୟୁଞ୍ଜୟ କେଶରୀ ପଟ୍ଟନାୟକ।

ଗତକାଲି  ମୃତ୍ୟୁଞ୍ଜୟ ତାଙ୍କ ଦୁଇ ଝିଅଙ୍କୁ ଧରି ସ୍କୁଟିରେ ଟ୍ୟୁସନ୍‌ରୁ ଫେରୁଥିବା ବେଳେ ଏକ ହୋଣ୍ଡା କାର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ୍ୟୁଞ୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ଦୁର୍ଘଟଣା ଘଟାଇଥିବା କାର୍‌ ଡ୍ରାଇଭରକୁ ପୁଲିସ୍‌ କାବୁ କରିଛି। ଏଥିସହ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି। ତେବେ ଦୁର୍ଘଟଣା ଘଟିବା ପରେ ଲୋକେ ମୋବାଇଲରେ ଦୃଶ୍ୟ ଉତ୍ତୋଳନ କରିଥିଲେ। ପରେ ଦୁର୍ଘଟଣା ଘଟାଇଥିବା କାର୍‌ ଭିତରେ ବିପୁଳ ପରିମାଣର ବିଜେଡି ପତାକା ସହ ଖାଲି ମଦ ବୋତଲ ଥିବା ଭିଡିଓ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓରୁ କାର୍‌ଟି ବିଜେଡି ପ୍ରଚାରରେ ଲାଗି ଥିବା ଅନୁମାନ କରାଯାଉଛି।



from Odisha Reporter http://bit.ly/2IN03NC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages