
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜିନରେ ଚେନ୍ନାଇ ସୁପର କିଙ୍ଗସ୍ ବିଜୟ ଧାରାରେ ଦ୍ବିତୀୟ ଥର ପାଇଁ ରୋକ୍ ଲାଗିଛି। ମୁମ୍ବାଇ ପରେ ହାଇଦ୍ରାବାଦ ଚେନ୍ନାଇକୁ ହରାଇବାରେ ସକ୍ଷମ ହୋଇଛି। ବିନା ଧୋନିରେ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ସୁପର କିଙ୍ଗସ ସନ୍ ରାଇଜର୍ସ ହାଇଦ୍ରାବାଦ ପାଖରୁ ୬ ୱିକେଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ଯାଟିଂ କରି ସୁରେଶ ରାଇନାଙ୍କ ନେତୃତ୍ବରେ ଚେନ୍ନାଇ ୧୩୩ ରନର ଟାର୍ଗେଟ୍ ଦେଇଥିଲା ଘରୋଇ ଟିମ୍ ସନ୍ ରାଇଜର୍ସ ହାଇଦ୍ରାବାଦକୁ। ଯାହାକୁ ମାତ୍ର ୧୬.୫ ଓଭରରେ ୪ଟି ୱିକେଟ୍ ହରାଇ ଜିତିବାରେ ସକ୍ଷମ ହୋଇପାରିଛି ହାଇଦ୍ରାବାଦ ଟିମ୍।
ଦ୍ବିତୀୟ ଥର ପାଇଁ ପରାସ୍ତ ହୋଇଥିବା ଚେନ୍ନାଇ ଟିମ୍ ପୂର୍ବବତ ପଏଣ୍ଟ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ଟିମ୍ ଷଷ୍ଠ ସ୍ଥାନରୁ ଉନ୍ନୀତ ହୋଇ ପଞ୍ଚମ ସ୍ଥାନରେ ପହଞ୍ଚିଛି।
ଟାର୍ଗେଟ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ଟିମର ଓପନିଂ ଯୋଡ଼ି ଜନି ବେୟାରଷ୍ଟୋ ୪୪ ବଲରେ ୬୧* ଓ ଡେଭିଡ୍ ୱାର୍ନର ୨୪ ବଲରେ ୫୦ ରନ୍ କରି ୧୬.୫ ଓଭରରେ ଦଳକୁ ଜିତାଇବାରେ ସକ୍ଷମ ହୋଇଥିଲେ। ଦୁଇ ବ୍ଯାଟ୍ସମ୍ଯାନ କେନ୍ ୱିଲିୟମସନ୍ ୩ ରନ୍ ଓ ବିଜୟ ଶଙ୍କର ୭ ରନ୍ କରି ଶସ୍ତାରେ ଆଉଟ୍ ହୋଇଥିଲେ। ୱାର୍ନର ମ୍ଯାନ ଅଫ୍ ଦି ମ୍ୟାଚ୍ ଖେଳାଳି ଭାବେ ପୁରସ୍କାର ଲାଭ କରିଛନ୍ତି।
ପ୍ରଥମେ ଟସ୍ ଜିତି ଧୋନିଙ୍କ ଅନୁପସ୍ଥିତିରେ କାମଚଳା ଅଧିନାୟକ ରାଇନା ବ୍ଯାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ୍ ହରାଇ ମାତ୍ର ୧୩୨ ରନ୍ କରିବାରେ ସକ୍ଷମ ହୋଇଥିଲା ଚେନ୍ନାଇ। ଦଳ ପକ୍ଷରୁ ଫାଫ୍ ଡୁପ୍ଲେସିସ୍ ସର୍ବାଧିକ ୪୫ ରନ୍ ହାସଲ କରିଥିଲେ। ହାଇଦ୍ରାବାଦ୍ର ରଶିଦ୍ ଖାନ୍ ୪ ଓଭର୍ରେ ୧୭ ରନ୍ ଦେଇ ୨ଟି ୱିକେଟ୍ ଦଖଲ କରିଥିଲେ।
from Odisha Reporter http://bit.ly/2PgamLh
No comments:
Post a Comment