
ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ଆଜି ସକାଳ ୭ଟାରୁ ମତଦାନ ଚାଲିଛି। ତେବେ ମତଦାନ ଆରମ୍ଭରୁ କିଛି ବୁଥ୍ରେ ଇଭିଏମ୍ ଅଚଳ ହେବା ନେଇ ଖବର ଆସି ପହଞ୍ଚିଛି।
ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁରୁଲ ଗାଁର ୨୭୮ ନଂ ବୁଥ୍ରେ ଇଭିଏମ୍ ଅଚଳ ହୋଇଛି। ସେହିପରି ଆଗଲପୁର ଗାଁର ୫୧ ନଂ ବୁଥ୍ରେ ମଧ୍ୟ ଇଭିଏମ୍ ଅଚଳ ହୋଇଛି। ଫୁଲବାଣୀରେ ୨ଟି ବୁଥ୍ରେ ଇଭିଏମ୍ ଅଚଳ ହୋଇଛି। ଏହି ବୁଥ୍ ଗୁଡ଼ିକ ହେଉଛି ବୁଥ୍ ନଂର ୧୧୩ ଓ ୧୦୧। ଇଭିଏମ୍ ଅଚଳ ହୋଇଥିବା ଯୋଗୁ ସେଠାରେ ମତଦାନ ବିଳମ୍ୱିତ ହୋଇଛି।
କଣ୍ଟାବାଞ୍ଜିର ବୁଥ୍ ନଂ ୬୭ରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ଆସିଛି। ଟିଟିଲାଗଡ଼ରୁ ନଳଆ ଇଭିଏମ୍ ଆସିବା ପରେ ସେଠାରେ ମତଦାନ ହେବ ବୋଲି ଜଣାପଡ଼ିଛି। ମତଦାନ ପାଇଁ ବୁଥ୍ ବାହାରେ ଭୋଟର୍ ଅପେକ୍ଷା କରିଛନ୍ତି।
from Odisha Reporter http://bit.ly/2IG2CkK
No comments:
Post a Comment