
ଯାଜପୁର(ଅଭୟ ପତି): ଜିଲ୍ଲାର ପ୍ରଥମ କିନ୍ନର ଭାବେ କାଜଲ ନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରେଇ ନିର୍ବାଚନ ମଣ୍ଡଳୀରୁ ବିଏସପି ଦଳୀୟ ଚିହ୍ନରେ ସେ ପ୍ରତିଦ୍ୱନ୍ଦିତା କରୁଛନ୍ତି। କୋରେଇରେ ଜନତା ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
କୋରେଇ ମାଟିର ସର୍ବାଙ୍ଗୀନ ଉନ୍ନତୀ ନିମନ୍ତେ ସେ ବହୁ ପୂର୍ବରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ କାର୍ଯ୍ୟ କରିଆସୁଥିଲେ। ତେବେ ଯଦି ନିର୍ବାଚନ ମଇଦାନରେ ତାଙ୍କର ଜିତାପଟ ହୁଏ, ତେବେ ବେକାରୀ ସମସ୍ୟା ଦୂର ହେବ, ରାସ୍ତାଘାଟ, ପାନୀୟ ଜଳଯୋଗାଣ, ବିଦ୍ୟୁତ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି। ନିଜର ଅନେକ ସମର୍ଥକଙ୍କ ସହ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
from Odisha Reporter http://bit.ly/2D3VquQ
No comments:
Post a Comment