ପୁଲୱାମା ଓ ଏୟାର ଷ୍ଟ୍ରାଇକ୍‌ ନାଁରେ ଭୋଟ ମାଗିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ପୁଲୱାମା ଓ ଏୟାର ଷ୍ଟ୍ରାଇକ୍‌ ନାଁରେ ଭୋଟ ମାଗିଲେ ମୋଦି

ଅଉସା: ପାକିସ୍ତାନ ଗଠନ ପଛରେ କଂଗ୍ରେସର ଭୂମିକା ରହିଛି ଏବଂ କଂଗ୍ରେସ ହିଁ ପାକିସ୍ତାନର ଭାଷା କହୁଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମହାରାଷ୍ଟ୍ର ସ୍ଥିତ ଲାଠୁରର ଅଉସା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ମୋଦି କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି।

ଏଥିସହ ସେ ପ୍ରଥମଥର ପାଇଁ ପୁଲୱାମା ଆତଙ୍କୀ ହମ୍‌ଲାର ସହିଦ ଓ ଏୟାର ଷ୍ଟ୍ରାଇକ୍‌ରେ ସାମିଲ ଯବାନଙ୍କ ନାଁରେ ପରୋକ୍ଷରେ ଭୋଟ ମାଗିଛନ୍ତି। ନିର୍ବାଚନ କମିଶନ ସେନା ନାଁରେ ଭୋଟ୍‌ ମାଗିବାକୁ ମନା କରିଥିଲେ ହେଁ ମୋଦିଙ୍କ ଏଭଳି ନିବେଦନ ନୂଆ ବିବାଦ ସୃଷ୍ଟି କରିଛି। ଏପରି ଭୋଟ୍‌ ଭିକ୍ଷା କରି ମୋଦି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, “କ’ଣ ଆପଣମାନେ ନିଜର ପ୍ରଥମ ଭୋଟ ଏୟାରଷ୍ଟ୍ରାଇକ୍‌ କରିଥିବା ବୀରମାନଙ୍କୁ ଉତ୍ସର୍ଗ କରିପାରିବେ କି? ସ୍ୱାଧୀନତା ପରେ ଯଦି କଂଗ୍ରେସର ନେତାମାନେ ବୁଦ୍ଧିମତାର ସହ କାର୍ଯ୍ୟ କରିଥାଆନ୍ତେ, ତା’ହେଲେ ଆଜି ପାକିସ୍ତାନ ଗଠନ ହୋଇନଥାଆନ୍ତା।

ପାକିସ୍ତାନ ଯେଉଁ ଭାଷା କହୁଛି କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ସମାନ କଥା କହିଛି। ଜମ୍ମୁ-କଶ୍ମୀର ପାଇଁ ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ଚାହୁଁଥିବା ଲୋକମାନଙ୍କୁ କଂଗ୍ରେସ ଓ ତା’ର ସହଯୋଗୀ ଏନ୍‌ସିପି ସମର୍ଥନ କରୁଛନ୍ତି। ବିଜେପି ସର୍ବଦା ନ୍ୟୁ ଇଣ୍ଡିଆ ଗଠନକୁ ଗୁରୁତ୍ୱ ଦେଇଥାଏ। ଏହି ନୂଆ ଭାରତ ଆତଙ୍କବାଦୀଙ୍କ ଗଡ଼ରେ ପ୍ରବେଶ କରି ସେମାନଙ୍କୁ ହତ୍ୟା କରୁଛି। ବିଜେପି ଇସ୍ତାହାରରେ ନୂଆ ଭାରତ ଗଠନ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।”

ମୋଦିଙ୍କ ଏହି ସଭାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ‍ଫଡ଼ନାଭିସ୍‌ ଉପସ୍ଥିତ ରହିଥିଲେ।



from Odisha Reporter http://bit.ly/2Ip5mCL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages