‘ଓଡ଼ିଆ ଲୋକ ମୋଦିଙ୍କୁ ବିଜୟ ଦେଇ ମଜଭୁତ ଡବଲ ଇଞ୍ଜିନ ସରକାର କରିବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

‘ଓଡ଼ିଆ ଲୋକ ମୋଦିଙ୍କୁ ବିଜୟ ଦେଇ ମଜଭୁତ ଡବଲ ଇଞ୍ଜିନ ସରକାର କରିବେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ବାବୁ ତାମିଲନାଡୁର ଖଣି ମାଫିଆଙ୍କୁ ଓଡ଼ିଶା ଟ୍ରେଜେରୀର ଚାବି କାଠି ଦେଇଛନ୍ତି। ଏଥିରେ ସେ ଦିଲ୍ଲୀରେ ଅସ୍ଥିର ସରକାର ଚାହୁଁଥିବା ବେଳେ ଦିଲ୍ଲୀର ଚାବିକାଠି ନିଜ ପାଖରେ ରଖିବେ ବୋଲି କହିଛନ୍ତି । ନବୀନ ବାବୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ସୁରକ୍ଷିତ ରଖିପାରୁନାହାନ୍ତି ଓ ଓଡ଼ିଶାର ଚାବି ନିଜେ ସମ୍ଭାଳୁ ପାରିନଥିବା ବେଳେ ଦିଲ୍ଲୀର ଚାବି କଣ ସମ୍ଭାଳିବେ ବୋଲି ଗଞ୍ଜାମ ଜିଲ୍ଲାର ଆସ୍କା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଏବଂ କନ୍ଧମାଳ ଜିଲ୍ଲା ଫୁଲବାଣୀର ଫିରିଙ୍ଗିଆ ଠାରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା

ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ତଥା ରାହୁଲ ଗାନ୍ଧି, ଚନ୍ଦ୍ରବାବୁ, ମମତା ବାନାର୍ଜୀ, ମାୟାବତୀଙ୍କ ପରି ନବୀନ ବାବୁ ଦେଶରେ ଏକ ଅସ୍ଥିର ସରକାର ରହିବା କଥା କହୁଛନ୍ତି। ଦୁଇ ପଇସା ଅଧିକ ଟଙ୍କା ମିଳିବ ବୋଲି ସେମାନେ ଅସ୍ଥିର ସରକାର ଚାହୁଁଛନ୍ତି। ତେବେ ଦେଶରେ ଅସ୍ଥିର ନୁହଁ, ସ୍ଥିର ତଥା ମଜଭୁତ ସରକାରର ଆବଶ୍ୟକତା ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚିକିଟିରେ ଶାସକ ଦଳର ଲୋକମାନେ ହାରିବା ଭୟରେ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ଆକ୍ରମଣ କରଛନ୍ତି। ଯିଏ ହାରିବା ଡରରେ ରୁହେ ସେ ହିଂସା କରେ। ୧୯ ବର୍ଷର ନବୀନ ବାବୁ ଓଡିଶାର ଲୋକଙ୍କ ପାଇଁ ଅନେକ କାମ କରିଥିବା କହୁଥିବା ବେଳେ ଗୁଣ୍ଡାଗର୍ଦ୍ଦି କାହିଁକି କରୁଛନ୍ତି। କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଲଗାଇ କାହିଁକି ଲୋକଙ୍କୁ ଡରେଇବା ଧମକେଇବା ଭଳି କାମ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ହେଲେ ଆସ୍କାର ଚିନିକଳ ଚାଲିବ। ଫଳରେ ଆଖୁଚାଷୀମାନେ ଲାଭବାନ ହୋଇପାରିବେ। ସେହିପରି ମୁଖ୍ୟମନ୍ତ୍ରୀ ଏଠାରେ ଋଷିକୂଲ୍ୟା ପାଣିକୁ ଅଟକାଇବାର ବ୍ୟବସ୍ଥା କରିନଥିବା ବେଳେ ବିଜେପି ସରକାର ହେଲେ ଏହି ଅଞ୍ଚଳରେ ଆଗାମୀ ୫ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାରେ ଜଳସେଚନର ବ୍ୟବସ୍ଥା କରାଯିବ, ସବୁ ଗରିବଙ୍କ ପାଇଁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ନିର୍ମାଣ କରାଯିବ, ଆସ୍କାରୁ ଫୁଲବାଣୀ ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ କରାଯିବ। ଏତଦବ୍ୟତୀତ ଓଡିଶାରେ ମୋଦି ସରକାର ହେଲେ କନ୍ଧମାଳ ଜିଲ୍ଲାର ଲୋକଙ୍କ ଗୁଚ୍ଛାପଡାକୁ ବ୍ଲକ କରାଯିବାର ଅପେକ୍ଷାକୁ ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କନ୍ଧମାଳ ଜିଲ୍ଲାର ଆଦିବାସୀ ଲୋକଙ୍କ ପରିଶ୍ରମରେ ହଳଦି ଜିଆଇ ଟ୍ୟାଗ ପାଇ ବିଶ୍ୱରେ ପ୍ରସିଦ୍ଧ ହୋଇପାରିଛି। କିନ୍ତୁ ଏ ଅଞ୍ଚଳର ଚାଷୀକୁ କଣ ମିଳୁଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ କହିଛନ୍ତି ଯେ, ୧୯ ବର୍ଷ ଧରି ଲମ୍ବା ଶାସନରେ ରହିବା ପରେ ଏଠାକାର ଚାଷୀକୁ ତା ଉତ୍ପାଦକୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ, ଏଠାକାର ପାଣିର ସୁବିନିଯୋଗ ହୋଇପାରୁ ନାହିଁ, କୌଣସି ଗମନାଗମନର ବ୍ୟବସ୍ଥା ନାହିଁ, ଜଳସେଚନର ବ୍ୟବସ୍ଥା ନାହିଁ, ଓବିସି ପିଲାଙ୍କ ପାଇଁ ପାଠପଢ଼ା ଓ ଚାକିରୀରେ କୌଣସି ସୁବିଧା ନାହିଁ, ପିଇବା ପାଣି ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ରୋଜଗାର ଉପଲବ୍ଧ ନାହିଁ, ୨୪ ଘଣ୍ଟା ବିଜୁଳି ନାହିଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆ ତାଙ୍କ ପରିବାର ବୋଲି କହୁଛନ୍ତି। ତା’ହେଲେ ଗୁମୁଡୁମାହ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଆଦିବାସୀ ତାଙ୍କ ପରିବାରର ସଦସ୍ୟ କି ନାହିଁ? ସେହିପରି ମମତା ନାୟକ, କୁନ୍ଦୁଲି ପୀଡିତା, ପିପିଲି ପୀଡ଼ିତା, ଇତିଶ୍ରୀ, ଦାନମାଝି, ବୃନ୍ଦା ସାହୁ, ଦଳିତ, ପଛୁଆ ବର୍ଗ ଏବଂ ଗରିବ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ କି ନାହିଁ
ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦିଙ୍କ ବ୍ୟାପକ ଓ ବିପୁଳ ଲୋକପ୍ରିୟତା କାରଣରୁ ଇର୍ଷାନ୍ୱିତ ହୋଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ଲାଗୁ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଚିଟଫଣ୍ଡରେ ପଇସା ଖାଇ ଓଡିଶାକୁ ପଛରେ ପକାଇଲେ। ମୁଖ୍ୟମନ୍ତ୍ରୀ ନୀଳବର୍ଣ୍ଣ ଶୃଗାଳ ସଦୃଶ। ସେ ଏକ ଅପାରଗ, ସ୍ଥାଣୁ, ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ ସରକାର ଚଲାଉଛନ୍ତି । ତେଣୁ ଏହି ରାଜ୍ୟ ସରକାରଙ୍କୁ ବଦଳେଇବା ଦରକାର। ଏଥର ଦୁର୍ନୀତି, ଭ୍ରଷ୍ଟାଚାର ଓ ସମ୍ବେଦନହୀନ ସରକାର ଏଥର ଭୁଶୁଡ଼ିବ ଓ ଓଡ଼ିଆ ଲୋକ ମୋଦିଙ୍କୁ ବିଜୟ ଦେବେ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ଡବଲ ଇଞ୍ଜିନର ସରକାର କରିବାକୁ ଆହ୍ୱାନ ଦେଇଛନ୍ତି।



from Odisha Reporter http://bit.ly/2G7IN2Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages