ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ, ଚେନ୍ନାଇକୁ ୧୫୨ ରନର ଟାର୍ଗେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ, ଚେନ୍ନାଇକୁ ୧୫୨ ରନର ଟାର୍ଗେଟ୍

ଜୟପୁର: ଚଳିତ ଆଇପିଏଲର ଗୁରୁବାର ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭ୍ରମଣକାରୀ ଚେନ୍ନାଇ ବୋଲିଂ ଆକ୍ରମଣର ଉଚିତ୍ ମୁକାବିଲା କରିନପାରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରିଛି।

ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ୩୦ରୁ ଅଧିକ ରନ୍ କରିପାରିନାହାନ୍ତି। ମ୍ୟାଚକୁ ଜିତିବା ପାଇଁ ଚେନ୍ନାଇକୁ ୨୦ ଓଭରରେ ୧୫୨ ରନ୍ କରିବାକୁ ପଡ଼ିବ। ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଦ୍ରୁତ ରନ୍ କରିଥିଲା। ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଜୋସ ବଟଲର ପ୍ରଥମ ୱିକେଟ୍ ପାଇଁ ୩୧ ରନ୍ ଯୋଡ଼ିଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ପରେ ଟିମର ରନ୍ ଗତି ହ୍ରାସ ପାଇଥିଲା।

ରାହାଣେ ୧୪ ରନ୍ କରିଥିବା ବେଳେ ଦୀପକ ଚହରଙ୍କ ଶିକାର ହୋଇଥିବା ବେଳେ ବଟଲର ୨୩ (୧୦ ବଲ, ୪ ଚୌକା, ୧ ଛକା) ରନ୍ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ସଞ୍ଜୁ ସାମସନ୍ (୬), ଷ୍ଟିଭ୍ ସ୍ମିଥ୍ (୧୫), ରାହୁଲ୍ ତ୍ରିପାଠୀ (୧୦) ନିରାଶ କରିଥିଲେ। ଇଂଲିଶ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଧୈର୍ଯ୍ୟପୂର୍ଣ୍ଣ ୨୮ ରନ୍ କରିଥିଲେ ହେଁ, ତାହା ଦଳକୁ ବଡ଼ ସ୍କୋରରେ ପହଞ୍ଚାଇପାରି ନଥିଲା। ଯୁବ ବ୍ୟାଟ୍ସମ୍ୟାନ୍ ରିୟାନ୍ ପରାଗ ୧୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ଶେଷଭାଗରେ ଶ୍ରେୟସ ଗୋପାଳ ଓ ଜୋଫ୍ରା ଆର୍ଚରଙ୍କ ସହଯୋଗ ବଳରେ ରାଜସ୍ଥାନ ୧୫୧ ରନର ସମ୍ମାନଜନକ ସ୍କୋର ଛିଡ଼ା କରିବାକୁ ସକ୍ଷମ ହୋଇଥିଲା। ଗୋପାଳ ୭ ବଲରେ ୨ ଚୌକା ଓ ୧ ଛକା ସହ ୧୯ ଓ ଆର୍ଚର୍ ୧୨ ବଲରେ ୧୩ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର, ଶାର୍ଦ୍ଦୁଲ ଠାକୁର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2Usxexb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages