
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ଦିନ ବେଳା ତାତି ୪୦ ଡିଗ୍ରୀ ଉପରେ ରହୁଛି। ତେବେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ପାଣିପାଗ ବିଶେଷଜ୍ଞମାନେ ଦେଇଛନ୍ତି। ଆସନ୍ତାକାଲି ଠାରୁ ରାଜ୍ୟରେ ତାପମାତ୍ରା କମିବ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରର ସୂଚନା ଅନୁଯାୟୀ, ପବନର ଦିଗ ପରିବର୍ତ୍ତନ ଏବଂ ସାମୁଦ୍ରିକ ପବନର ଗତି ବଢ଼ିବା ଯୋଗୁ ଓଡ଼ିଶାରେ ଖରାର ପ୍ରକୋପ କମିବ। ଗତ କିଛି ଦିନ ଧରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ପହଞ୍ଚିଥିଲା ବା ଟପିଥିଲା।
ତେବେ ମଙ୍ଗଳବାର ଠାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ଏବଂ ଏହି ପ୍ରକ୍ରିୟା ଏପ୍ରିଲ୍ ୨୧ ତାରିଖ ଯାଏ ଜାରି ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ଓଡ଼ିଶାର ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଏପ୍ରିଲ୍ ୧୬, ୧୮ ଓ ୧୯ ତାରିଖରେ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ଥିବା ସେ କହିଛନ୍ତି ।
ତେବେ ଏପ୍ରିଲ ୨୨ ତାରିଖ ପରଠାରୁ ପୁଣିଥରେ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇବ ବୋଲି ଡ. ସାହୁ ଆକଳନ କରିଛନ୍ତି।
from Odisha Reporter http://bit.ly/2IxKoSk
No comments:
Post a Comment