ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟରେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ମସଜିଦ୍‌ ମଧ୍ୟକୁ ମହିଳାଙ୍କ ପ୍ରବେଶ ଏବଂ ସେଠାରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଉ ବୋଲି ଦାବି କରି ଏକ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି। ଏକ ମୁସଲିମ ଦମ୍ପତି ଏଭଳି ଆବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆସନ୍ତାକାଲି ଏହାର ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

ଗତବର୍ଷ ସୁପ୍ରିମକୋର୍ଟ କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ଏହି ରାୟ ଶୁଣି ମହାରାଷ୍ଟ୍ରରେ ରହୁଥିବା ୟସମିଜ ଜୁବେର ଅହମ୍ମଦ ପୀରଜାଦା ଓ ଜୁବେର ଅହମଦ ପୀରଜାଦା ମସଜିଦ୍‌ରେ ମଧ୍ୟ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ମିଳିବା ଦରକାର ବୋଲି ଦାବି କରିଥିଲେ। ମସଜିଦ୍‌ରେ କାହିଁକି ଲିଙ୍ଗଗତ ଭେଦଭାବ ରହିବ ବୋଲି ସେମାନେ ପ୍ରଶ୍ନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେମାନେ ଆବେଦନରେ ଦର୍ଶାଇଛନ୍ତି ଯେ ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଇବା ଅସାମ୍ବିଧାନିକ। ଏହା ଭାରତୀୟ ସମ୍ବିଧାନର ଧାରା ୧୪,୧୫,୨୧,୨୫ ଓ ୨୯ରୁ ଉଲ୍ଲଙ୍ଘନ କରୁଛି।

ଏପରି କି ପ୍ରଫେଟ୍‌ ମହମ୍ମଦ କିମ୍ବା ପବିତ୍ର କୋରାନ୍‌ର କୌଣସି ସ୍ଥାନରେ ମସଜିଦ୍‌କୁ ମହିଳାମାନେ ପ୍ରବେଶ କରିପାରିବେ ନାହିଁ ବୋଲି ଲେଖାଯାଇ ନାହିଁ। କୋରାନ୍‌ କୌଣସି ପ୍ରକାରରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଭେଦଭାବ କଥା କହିନାହିଁ। ଏଥିରେ କେବଳ ବିଶ୍ୱାସର କଥା କୁହାଯାଇଛି। ଏହା ସତ୍ତ୍ୱେ ଇସ୍‌ଲାମରେ ମହିଳାଙ୍କୁ ସର୍ବଦା ଗୌଣ୍ କରି ରଖାଯାଇଛି ବୋଲି ଆବେଦନକାରୀ କହିଛନ୍ତି।

ବର୍ତ୍ତମାନ ଜମାତ-ଏ-ଇସଲାମୀ ଓ ମୁଜାହିଦ ବର୍ଗ ଅଧୀନରେ ଆସୁଥିବା ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ଲାଗି ଅନୁମତି ରହିଛି। କିନ୍ତୁ ଅନ୍ୟାନ୍ୟ ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଆସିଛି।



from Odisha Reporter http://bit.ly/2GmYHYl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages