ଦୁଇ ଭାରତୀୟଙ୍କୁ ସାଉଦିରେ ମୃତ୍ୟୁଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଦୁଇ ଭାରତୀୟଙ୍କୁ ସାଉଦିରେ ମୃତ୍ୟୁଦଣ୍ଡ

ଚଣ୍ଡିଗଡ଼: ସହଯୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୁଇ ଜଣ ଭାରତୀୟଙ୍କୁ ସାଉଦି ଆରବରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ନିୟମ ଅନୁଯାୟୀ, ଉଭୟଙ୍କୁ ମୁଣ୍ଡକାଟି ମୃତ୍ୟୁଦଣ୍ଡ ଦିଆଯାଇଛି। ଆଜି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହୋଶିଆରପୁରର ସତିୱିନ୍ଦର କୁମାର ଓ ଲୁଧିଆନାର ହରଜିତ୍‌ ସିଂହଙ୍କୁ ଫେବୃଆରୀ ୨୮ରେ ସାଉଦି ସରକାର ଏଭଳି ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହି ଦଣ୍ଡ ଦେବା ପୂର୍ବରୁ ରିୟାଦରେ ଅବସ୍ଥିତ ଭାରତୀୟ ହାଇକମିଶନରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ନଥିଲା। ଏବେ ସତିୱିନ୍ଦର ଓ ହରଜିତଙ୍କ ମୃତଦେହ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ମିଳିବ ନାହିଁ। କାରଣ ସାଉଦି ସରକାର ପ୍ରଚଳନ କରିଥିବା ନିୟମ ଅନୁଯାୟୀ, ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ମୃତଦେହ ପରିବାର ଲୋକଙ୍କୁ ମିଳେନାହିଁ।

ସତିୱିନ୍ଦର, ହରଜିତ୍‌ ଓ ହତ୍ୟାର ଶିକାର ହୋଇଥିବା ଇମାମୁଦ୍ଦିନ ଏକ ସ୍ଥାନରୁ ଟଙ୍କା ଲୁଟ୍‌ କରିଥିଲେ। ଏହି ଟଙ୍କା ଭାଗ ବଣ୍ଟାରେ ସମସ୍ୟା ଉପୁଜିବାରୁ ଉଭୟ ଇମାମୁଦ୍ଦିନଙ୍କୁ ହତ୍ୟା କରିଥିଲେ। କିଛି ଦିନ ପରେ ଉଭୟ ସତିୱିନ୍ଦର ଓ ହରଜିତ ମଦ ପିଇ ରାସ୍ତାରେ ପାଟିତୁଣ୍ଡ କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ଉଭୟଙ୍କୁ ଭାରତ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା ବେଳେ ଇମାମୁଦ୍ଦିନ ହତ୍ୟାକାଣ୍ଡରେ ସେମାନଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଉଭୟଙ୍କୁ ଡିସେମ୍ବର ୯ ତାରିଖ ୨୦୧୫ରେ ଗିରଫ କରାଯାଇଥିଲା। ମାମଲାର ବିଚାର କରାଯାଇ ଉଭୟଙ୍କୁ ୨୦୧୭ ମସିହା ମେ’ ୩୧ରେ ଦଣ୍ଡିତ କରାଯାଇଥିଲା।



from Odisha Reporter http://bit.ly/2IE6YZs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages