ଧୋନିଙ୍କୁ ନେଇ ଏମିତି କାହିଁକି କହିଲେ କାର୍ତ୍ତିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଧୋନିଙ୍କୁ ନେଇ ଏମିତି କାହିଁକି କହିଲେ କାର୍ତ୍ତିକ

କୋଲକାତା: ଆଇସିସି ୱାର୍ଲ୍ଡକପ୍ ପାଇଁ ଭାରତୀୟ ଟିମରେ ୱିକେଟକିପର ଭାବେ ମହେନ୍ଦ୍ର ସିଂହ ଧୋନି ପ୍ରଥମ ପସନ୍ଦ। ଏଭଳି ସ୍ଥିତିରେ ଟିମରେ ଜଣେ ବ୍ୟାକଅପ୍ ୱିକେଟକିପରର ଆବଶ୍ୟକତା ଥିଲା ଏବଂ ଏଥି ପାଇଁ ଋଷଭ ପନ୍ତ ଓ କାର୍ତ୍ତିକଙ୍କ ମଧ୍ୟରେ ମୁକାବିଲା ଥିଲା।

ଦୁହେଁ ଭଲ ୱିକେଟକିପର, କିନ୍ତୁ ଧୋନିଙ୍କଠାରୁ ଉନ୍ନତ ନୁହନ୍ତି। ଶେଷରେ ବହୁ ତର୍କବିତର୍କ ପରେ କାର୍ତ୍ତିକଙ୍କୁ ହିଁ ବିଶ୍ୱକପ୍ ଟିକେଟ୍ ମିଳିଲା। ବିଶ୍ୱକପରେ ଧୋନିଙ୍କ ଉପସ୍ଥିତିରେ କାର୍ତ୍ତିକଙ୍କ ପକ୍ଷେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା କଷ୍ଟକର।

ଏହାକୁ ନେଇ କାର୍ତ୍ତିକ କହିଛନ୍ତି, ପ୍ରଥମତ ବିଶ୍ୱକପ୍ ପାଇଁ ଜାତୀୟ ଦଳରେ ସ୍ଥାନ ପାଇବା ମୋ ପାଇଁ ଗର୍ବର କଥା। ୨୦୧୭ରେ ଯେତେବେଳେ ମୁଁ ଜାତୀୟ ଦଳକୁ ଫେରିଲି, ସେବେଠାରୁ ମୋର ବିଶ୍ୱକପ୍ ଖେଳିବା ସ୍ୱପ୍ନ ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୮ ଶେଷ ଭାଗରେ ଜାତୀୟ ଦଳରୁ ବାଦ୍ ପଡ଼ିବା ମୋତେ ସାମାନ୍ୟ କଷ୍ଟ ଦେଇଥିଲା।

କିନ୍ତୁ ମୁଁ ହାର୍ ମାନିନଥିଲି। ଚୟନକର୍ତ୍ତା ମୋ ଉପରେ ଭରସା ଦେଖାଇ ବିଶ୍ୱକପ୍ ପାଇଁ ଚୟନ କରିଥିଲେ। ବିଶ୍ୱକପରେ ମୋତେ ବ୍ୟାକଅପ୍ ୱିକେଟକିପର ଭାବେ ସାମିଲ୍ କରାଯାଇଛି। ଏହି ଭୂମିକାକୁ ମୋତେ ସ୍ୱୀକାର କରିବାକୁ ପଡ଼ିବ।

ଧୋନିଙ୍କ ଉପସ୍ଥିତିରେ ମୁଁ କେବଳ “ଫାଷ୍ଟ ଏଡ୍ କିଟ୍’ ହୋଇ ରହିବି ଏବଂ ଟିମ୍ ସହ ଭ୍ରମଣ କରିବି ବୋଲି କାର୍ତ୍ତିକ କହିଛନ୍ତି। କାର୍ତ୍ତିକ ମଜାକିଆ ଢ଼ଙ୍ଗରେ କହିଛନ୍ତି, “ଯଦି ଧୋନି ଆହତ ହୁଅନ୍ତି, ତାହେଲେ ଦିନେ ନା ଦିନେ ମୁଁ ନିଶ୍ଚିତ ଖେଳିବି।’

ସୂଚନାଯୋଗ୍ୟ, ୨୦୧୮ରେ ଶ୍ରୀଲଙ୍କାରେ ଆୟୋଜିତ ନିଦାହାସ ଟ୍ରଫି ଫାଇନାଲରେ କାର୍ତ୍ତିକ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ। ଏହା ପରେ କାର୍ତ୍ତିକ ମିଳିଥିବା ସୁଯୋଗର ଭରପୂର ଫାଇଦା ଉଠାଇଥିଲେ।

ଏହାଛଡ଼ା ସେ ଧୋନିଙ୍କ ଉପସ୍ଥିତିରେ ମଧ୍ୟ ଟିମରେ ସ୍ଥାନ ପାଇଛନ୍ତି। ଚତୁର୍ଥ ସ୍ଥାନରେ କାର୍ତ୍ତିକଙ୍କୁ କିଛି ମ୍ୟାଚରେ ସୁଯୋଗ ମିଳିଥିଲା ଏବଂ ଏଥିରେ ସେ ସଫଳ ହୋଇଥିଲେ। କିନ୍ତୁ ବିଶ୍ୱକପରେ କାର୍ତ୍ତିକ ଖେଳିବେ କି ନାହିଁ, ତାହା ସମୟ କହିବ।



from Odisha Reporter http://bit.ly/2UENkno

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages