ଯେଉଁଠି କାମ ପାଇବାକୁ ମହିଳାଙ୍କୁ ବାହାର କରିବାକୁ ପଡ଼ୁଛି ଗର୍ଭାଶୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଯେଉଁଠି କାମ ପାଇବାକୁ ମହିଳାଙ୍କୁ ବାହାର କରିବାକୁ ପଡ଼ୁଛି ଗର୍ଭାଶୟ

ମୁମ୍ୱାଇ :  ପରିବାର ପ୍ରତିପୋଷଣ ଲାଗି ଶ୍ରମିକ ଶ୍ରେଣୀ ଲୋକେ ବାହାରକୁ ଦାଦନ ଖଟିବାକୁ ପଳାଇ ଯିବା ସମ୍ପର୍କରେ ଆମେ ସମସ୍ତେ ଊଣା ବହୁତେ ଅବଗତ ଅଛନ୍ତି। ହେଲେ ଆପଣ ଏହା ଜାଣିନଥିବେ ଯେ, କାମ ପାଇବା ଲାଗି ମହିଳାମାନେ ନିଜ ଗର୍ଭାଶୟ ବାହାର କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏପରି ସ୍ପର୍ଶକାତର ଘଟଣା ଘଟୁଛି ମହାରାଷ୍ଟ୍ରରେ। ଏଠାକାର ବିଡ଼୍‌ ଜିଲାର  ହାଜିପୁର ଗାଁର ମହିଳାମାନେ ଆଖୁ କଟା ସମୟରେ କାମ ପାଇବାକୁ ଗର୍ଭାଶୟ ବାହାର କରି ଦେଉଛନ୍ତି। ଏପରି ଅଭାବନୀୟ ଘଟଣା ଜାଣିବା ପରେ ରାଷ୍ଟ୍ରୀୟ ମହିଳା ଆୟୋଗ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରିଛନ୍ତି।

ଏନେଇ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପକ୍ଷରୁ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଥିବା ନୋଟିସରେ ଉଲ୍ଲେଖ ରହିଛି। ଏଥିରେ  କୁହାଯାଇଛି ଯେ, ମହାରାଷ୍ଟ୍ରର ହାଜିପୁର ଗାଁରେ ଆଖୁ ଫସଲ ଉତ୍ପାଦନ କରୁଥିବା ଶ୍ରମିକ ବହୁ ସଂଖ୍ୟାରେ ରହିଥାନ୍ତି। ଏହି ଶ୍ରମିକ ପରିବାର ଆଖୁ ଫସଲ ଉତ୍ପାଦନ ବେଳେ ମହାରାଷ୍ଟ୍ରର ପଶ୍ଚିମାଞ୍ଚଳକୁ ପଳାଇ ଯାଉଛନ୍ତି। ସେମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ସାମିଲ ହେଉଛନ୍ତି। ହେଲେ ସେମାନଙ୍କୁ ନେଉଥିବା ଠିକାଦାର ସେହି ମହିଳାମାନଙ୍କୁ ପ୍ରଥମେ ଚୟନ କରୁଛନ୍ତି ଯେଉଁମାନେ କାମକୁ ଯିବା ପୂର୍ବରୁ ଗର୍ଭାଶୟ ବାହାର କରି ଦେଉଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଏହା ଏକ ପ୍ରକାର ଅଘୋଷିତ ନିୟମରେ ପରିଣତ ହୋଇଗଲାଣି। ଫଳରେ ୨, ୩ଟି ସନ୍ତାନ ଜନ୍ମ ପରେ ମହିଳାମାନେ କମ୍ ବୟସ୍କ ହେଲେ ମଧ୍ୟ କାମ ପାଇବା ଲାଗି ଗର୍ଭାଶୟ ବାହାର କରି ଦେଉଛନ୍ତି।  ଏଥିଯୋଗୁ ଗୁରୁତର ଶାରୀରିକ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ରିପୋର୍ଟ ମୁତାବକ, ଆଖୁ କାଟିବାକୁ ଆସୁଥିବା ସ୍ୱାମୀସ୍ତ୍ରୀଙ୍କୁ ଗୋଟିଏ ୟୁନିଟ୍‌ ବୋଲି ଧରାଯାଏ। ସେମାନଙ୍କ ମଧ୍ୟରୁ ଜଣେ ବି ଛୁଟିରେ ରହିଲେ  ଠିକାଦାର ୫୦୦ ଟଙ୍କା ଜରିମାନା ହିସାବରେ ଆଦାୟ କରିଥାନ୍ତି।

ଠିକାଦାରଙ୍କ କହିବାନୁଯାୟୀ ଆଖୁ କଟା ସାରିବାକୁ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ଦିଆଯାଉଛି । ତେଣୁ ସେମାନେ ସେହିପରି ମହିଳାଙ୍କୁ ଚୟନ କରୁଛନ୍ତି ଯେଉଁମାନେ ଗର୍ଭାଶୟ ବାହାର କରି ଦେଇଥିବେ। ଏଥିଯୋଗୁ ସେମାନଙ୍କର ମାସିକ ଧର୍ମ ହେବ ନାହିଁ ଓ ସେମାନେ କମ୍‌ ଛୁଟି ନେବେ।

ଏଠାକାର ମହିଳାମାନେ ମଧ୍ୟ ସ୍ୱଇଚ୍ଛାରେ ଏଥିପାଇଁ ରାଜି ହୋଇ ଯାଉଛନ୍ତି। କାରଣ ଏହାଦ୍ୱାରା ସେମାନଙ୍କୁ କାମ ମିଳିବାର ସମ୍ଭାବନା ଅଧିକ ରହିଥାଏ। ଅପରପକ୍ଷେ ମାସିକ ଧର୍ମ ସମୟରେ କାମ ପ୍ରଭାବିତ ହେଉଥିବାରୁ ଏହା ଉପରେ ଜୋରିମାନା ଦେବାକୁ ପଡୁଛି। ତେଣୁ ଏଥିରୁ ବର୍ତ୍ତିବାକୁ ମଧ୍ୟ ସେମାନେ ଏପରି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।  ଏପରି ଉତ୍ପୀଡ଼ନରୁ ସ୍ଥାନୀୟ ମହିଳାଙ୍କୁ ରକ୍ଷା କରିବାକୁ ରାଷ୍ଟ୍ରୀୟ ମହିଳା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଜଣେ ଠିକାଦାର କହିଛନ୍ତି ଯେ, ଗର୍ଭାଶୟ ବାହାର କରିବାକୁ ମହିଳାଙ୍କ ଉପରେ କୌଣସି ଚାପ ପକାଯାଏ ନାହିଁ। ଏହା ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର ।  ସେମାନେ ନିଜ ଇଚ୍ଛାରେ ଏପରି ପଦକ୍ଷେପ ଗ୍ରହଣ କରିଥାନ୍ତି। ଆଖୁ କଟା ଚାଲୁଥିବା ବେଳେ ମାସିକ ଧର୍ମ ହେଉଥିବା ମହିଳାଙ୍କୁ କିନ୍ତୁ କାମ ମିଳିନଥାଏ ବୋଲି ସେ ସ୍ୱୀକାର କରିଛନ୍ତି ।

ଏହାବି ଜାଣିବାକୁ ମିଳିଛି ଯେ, ଗର୍ଭାଶୟ ବାହାର କରିବାକୁ ମହିଳାମାନେ ଠିକାଦାରଙ୍କଠାରୁ ଅଗ୍ରୀମ ଟଙ୍କା ନେଇଥାନ୍ତି। ଏହାପରେ ନିଜ ଦରମାରୁ କିସ୍ତି ଆକାରରେ ଶୁଝିଥାନ୍ତି। ୨୫ ବର୍ଷୀୟ ବିବାହିତା ମହିଳା ବି ଏପରି କରୁଥିବା ଜଣାଯାଇଛି। ଏହାଦ୍ୱାରା ସେମାନେ ହରମୋନ ଅସନ୍ତୁଳନ, ମସ୍ତିଷ୍କ ବେମାରୀ ଓ ଓଜନ ବଢିବା ପରି ସମସ୍ୟା ଭୋଗିଥାନ୍ତି। ଏପରି ଗୁରୁତର ସମସ୍ୟାର ତୁରନ୍ତ ସମାଧାନ କରିବାକୁ କେନ୍ଦ୍ର ମହିଳା ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2GesHFQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages