ନିୟମକୁ ଫୁ’, ସିନେମା ହଲରୁ କେବେ ହଟିବ ‘ବିଜୁ ବାବୁ’? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ନିୟମକୁ ଫୁ’, ସିନେମା ହଲରୁ କେବେ ହଟିବ ‘ବିଜୁ ବାବୁ’?

new

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟର ବିଭିନ୍ନ ସିନେମା ହଲରେ ଫିଲ୍ମ ‘ବିଜୁ ବାବୁ’ ପ୍ରଦର୍ଶିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ବିଜୁ ଜନତା ଦଳ (ବିଜେଡି) ଏହି ଫିଲ୍ମ ମାଧ୍ୟମରେ ନିର୍ବାଚନୀ ଫାଇଦା ନେବାକୁ ଜୋରଦାର ପ୍ରୟାସ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ପ୍ରସ୍ତୁତ ବାୟୋପିକ୍ ଫିଲ୍ମ ପ୍ରଦର୍ଶନ ଉପରେ ବୁଧବାର ଜାତୀୟ ନିର୍ବାଚନ ଆୟୋଗ ତତ୍କାଳ କଟକଣା ଜାରି କରିବା ସହ ସମଗ୍ର ଦେଶରେ ଏଭଳି ରାଜନୈତିକ ବ୍ୟକ୍ତିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଯେକୌଣସି ଫିଲ୍ମର ପ୍ରସାରଣ ଓ ପ୍ରଦର୍ଶନ ଉପରେ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। ଏପରିକି ଫିଲ୍ମର ଅଭିନେତା ଯଦି ରାଜନୈତିକ ବ୍ୟକ୍ତି ହୋଇଥିବେ ଓ ସେଥିରୁ ସେ ରାଜନୀତିକ ଫାଇଦା ନେବାର ସମ୍ଭାବନା ଥିବ, ଉକ୍ତ ଫିଲ୍ମର ପ୍ରସାରଣ ଓ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ ହେବ। ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅନ୍ତର୍ଗତ ଆସିବ।

ସମ୍ବିଧାନର ୩୨୪ ଧାରାରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ନିର୍ବାଚନ ଆୟୋଗ ଏହି ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶ ତତ୍କାଳ ଲାଗୁ ହେବାର ଥିଲେ ସୁଦ୍ଧା ଓଡ଼ିଶାର ବିଭିନ୍ନ ସିନେମା ହଲରେ ଆଜି ମଧ୍ୟ ବିଜୁ ବାବୁ ଫିଲ୍ମର ପୋଷ୍ଟର ଲାଗିଥିବା ଓ ଏହା ମଧ୍ୟ ପ୍ରଦର୍ଶିତ ହେଉଛି। ଫିଲ୍ମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି ଏବେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡିର ସାଂସଦ ପ୍ରାର୍ଥୀ। ଏଣୁ ଫିଲ୍ମରୁ ଅନୁଭବଙ୍କୁ ରାଜନୀତିକ ଫାଇଦା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ନେଇ ବିଜେପି ପକ୍ଷରୁ ଗତ ଦୁଇଦିନ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଆପତ୍ତି କରାଯାଇଥିଲା।



from Odisha Reporter http://bit.ly/2IdGkY6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages