
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଛି। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତୀ ଓ ଅବକାଶ ପରେ ସକାଳ ଧୂପ ହୋଇଥିଲା। ତେବେ ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହେବାରୁ ଦିନ ସାଢେ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ୩ ଟାରେ ମହାପ୍ରଭୁ ରଥାରୁଢ ହୋଇଥିଲେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା।
ସନ୍ଧ୍ୟା ପାଖାପାଖି ୫ଟା ୪୦ରେ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟଘଣ୍ଟା ନାଦରେ ଆଗକୁ ଆଗକୁ ଗଡ଼ି ଚାଲିଥିଲା ରୁକୁଣା ରଥ। ତେବେ ସନ୍ଧ୍ୟା ହେବାରୁ ବଢେଇବାଙ୍କ ପୂର୍ବରୁ ରୁକୁଣା ରଥ ଅଟକି ଯାଇଥିଲା।
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥଟଣା କାର୍ଯ୍ୟ ସୁରୁଖୁରୁରେ ସାରିବା ଓ ଟ୍ରାଫିକ ବ୍ୟବସ୍ଥାକୁ ସୂଚାରୁ ରୂପେ ନିୟନ୍ତ୍ରଣ କରିବା ଲାଗି କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ୨୦ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
from Odisha Reporter http://bit.ly/2GnEzEv
No comments:
Post a Comment