
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?” ଆଜି ଏପରି ପ୍ରଶ୍ନ ପଚାରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ନିର୍ବାଚନୀ ସଭାରେ ବିଜେପିର ଡବଲ ଇଞ୍ଜିନ ମନ୍ତବ୍ୟକୁ ଆକ୍ଷେପ କରି ନବୀନ ପଚାରିଥିଲେ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ସେ କେଉଁଠାରୁ ନିର୍ବାଚନ ଲଢୁଛନ୍ତି? ସେ କହିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି? ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ ଆସୁଛି ଓ ଜୋରରେ ପାଟି କରୁଛି। ତା’ପରେ ଆଉ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ।
ବିଜେପିର ଆଉ ଗୋଟିଏ ଇଞ୍ଜିନ କିଏ ଓ ସେ କେଉଁଠି ଅଛନ୍ତି, ଓଡ଼ିଶାବାସୀ ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ନବୀନ ପ୍ରଶ୍ନ କରିଥିଲେ। ଏହା ସହିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ନିଜର ପୁରୁଣା କଥା ଦୋହରାଇବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।
ଅନ୍ୟପକ୍ଷରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ସାଢେ ୪ କୋଟି ଓଡ଼ିଆ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ସ୍ୱୟଂ ନାରାୟଣ ଯେଉଁଠି ନେତା, ସେଠି ନେତାଙ୍କ ଆବଶ୍ୟକତା ନାହିଁ। ଓଡ଼ିଆ ସଂସ୍କୃତି ବିଷୟରେ ଜାଣି ନଥିବା ନବୀନ ତାମିଲ୍ ଅଫିସରଙ୍କୁ ଧରି ବାଉଳି ଚାଉଳି ହେଉଛନ୍ତି। ରାଜ୍ୟରେ ବିଜେପି ସରକାର ହେବ ଦ୍ୱିତୀୟ ଇଂଜିନ।”
from Odisha Reporter http://bit.ly/2DaZdqg
No comments:
Post a Comment