ଆଜି ହିଁ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ପଣସକଠା ଚିଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ଆଜି ହିଁ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ପଣସକଠା ଚିଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ପଣସ କଠା ପ୍ରାୟ ସବୁଆଡ଼େ ମିଳୁଛି। ଖରା ଦିନେ ଏହା ବହୁଳ ଭାବେ ମିଳିଥାଏ।  ତେଣୁ ଏହି ସମୟ ହେଉଛି ପଣସକଠା ଖାଇବାର ସମୟ। ଏହାକୁ ଆମେ ଘରେ ତରକାରୀ କରି ଖାଇଥାଉ। ତେବେ କେବେ ଆପଣ ଏହାକୁ ଚିଲି କରି ଖାଇବା କଥା ଭାବିଛନ୍ତି କି? ତେବେ ଆଜି ହିଁ ପ୍ରସ୍ତୁତ କରି ଖାଆନ୍ତୁ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ।

ଆବଶ୍ୟକୀୟ ସାମଗ୍ରୀ

ସିଝା ପଣସକଠା, କର୍ଣ୍ଣଫ୍ଲୋର୍‌, ଲୁଣ, ଅଦା ରସୁଣ ପେଷ୍ଟ, ଚିଲି ସସ୍‌, ସୋୟା ସସ୍‌, ଟମାଟୋ ସସ୍‌, ତେଲ, ଛୋଟ ଛୋଟ କଟା ହୋଇଥିବା ରସୁଣ, ଅଦା, କଞ୍ଚାଲଙ୍କା, ବନ୍ଧା କୋବି, କ୍ରାପ୍‌ସିକମ୍‌, ପିଆଜ, ଶୁଖିଲା ଲଙ୍କା, ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ,ଏବଂ ଲେମ୍ବୁ କିମ୍ବା ଭିନେଗାର।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ସିଝା ପଣସକଠା ନେଇ ସେଥିରେ କର୍ଣ୍ଣଫ୍ଲୋର୍‌, ସ୍ୱାଦ ଅନୁସାରେ ଲୁଣ, ଗୋଟେ ଚାମଚ ଅଦା ରସୁଣ ପେଷ୍ଟ, ଚିଲି ସସ୍‌, ସୋୟା ସସ୍‌, ଟମାଟୋ ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ଏହାକୁ ଆପଣ ଚକଟିବେ ନାହିଁ ଏବଂ ଏଥିରେ ପାଣି ଦେବେ ନାହିଁ।

ଏବେ ଗ୍ୟାସ୍‌ରେ କଡେଇ ବସାଇ ସେଗୁଡ଼ିକୁ ଛାଣନ୍ତୁ। ଆପଣ ଏହିଠାରେ ଅଧିକା ତେଲ ଦେଇ ଡିପ୍‌ ଫ୍ରାଏ କରିପାରିବେ। ଏହିପରି ସବୁ ପଣସ କଠାକୁ ଛାଣି ଏକ ପାତ୍ରରେ ରଖନ୍ତୁ।

ଏହା ପରେ ସେହି ଗରମ ହୋଇଥିବା କଡେଇରେ ଛୋଟ ଛୋଟ କଟା ହୋଇଥିବା ରସୁଣ, ଅଦା, କଞ୍ଚାଲଙ୍କା, ବନ୍ଧା କୋବି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ କ୍ୟାପସିକମ୍‌, ପିଆଜ ଶୁଖିଲା ଲଙ୍କା ପକାଇ ଭଲ ଭାବେ ଭାଜି ଦିଅନ୍ତୁ।

ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ସୋୟା ସସ୍‌, ଗୋଟେ ବଡ଼ ଚାମଚ ଟମାଟୋ ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ସେଥିରେ ଛଣା ହୋଇଥିବା ପଣସ କଠା ପକାଇ ଆଉ ଥରେ ଭଲ ଭାବେ ମିଶାଇ ଦିଅନ୍ତୁ। ଏହା ପରେ ସେଥିରେ ଭିନେଗାର କିମ୍ବା ଲେମ୍ବୁ ରସ ପକାଇ ଅଳ୍ପ ସମୟ ଭାଜନ୍ତୁ।

କିଛି ସମୟ ଭାଜିଲା ପରେ ପ୍ରସ୍ତୁତ ହୋଇଯିବ ଚଟ୍‌ପଟା ପଣସକଠା ଚିଲି। ଏବେ ଏହାକୁ ଏକ ପାତ୍ରରେ କାଢ଼ି ଘରଲୋକଙ୍କୁ ପରସନ୍ତୁ।



from Odisha Reporter https://ift.tt/2TJRuVD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages