ଉଡ଼ାନ ଯୋଜନାରେ ସ୍ପାଇସ ଜେଟ ସାମିଲ କଲା ୨୮ଟି ନୂଆ ବିମାନ ରୁଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ଉଡ଼ାନ ଯୋଜନାରେ ସ୍ପାଇସ ଜେଟ ସାମିଲ କଲା ୨୮ଟି ନୂଆ ବିମାନ ରୁଟ

SpiceJet

ନୂଆଦିଲ୍ଲୀ: ଅଗ୍ରଣୀ ବିମାନ କମ୍ପାନୀ ସ୍ପାଇସ ଜେଟ୍ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନା ମାଧ୍ୟମରେ ୨୮ଟି ନୂଆ ବିମାନ ସାମିଲ କରିଛି। ଏଥିରେ ଝାରସୁଗୁଡ଼ା ଭଳି ସହର ସହ ବିମାନ ସେବା ସଂଯୋଗ ହେବ। ଆଞ୍ଚଳିକ କ୍ଷେତ୍ରରେ ବିମାନ ସେବା ପହଞ୍ଚାଇବା ପାଇଁ ମୋଦି ସରକାର ୨୦୧୬ରେ ଉଡ଼ାନ ଯୋଜନା ଆରମ୍ଭ କରିଥିଲେ।

ଗତକାଲି ଉଡ଼ାନ ଯୋଜନା ମାଧ୍ୟମରେ ଛୋଟ ସହରକୁ ବିମାନ ସେବା ପହଞ୍ଚାଇବା ଲକ୍ଷ୍ୟରେ ସ୍ପାଇଟ ଜେଟ୍ କିଶାନଗଡ-ଅହମଦାବଦ-କିଶାନଗଡ଼, ଲକ୍ଷ୍ମୀପୁର-ଗୁଆହାଟୀ-ଲକ୍ଷ୍ମୀପୁର, ଜୟପୁର-ଅମ୍ରିତସର-ଜୟପୁର, ହାଇଦ୍ରାବାଦ-ଝାରସୁଗୁଡ଼ା-ହାଇଦ୍ରାବାଦ,କୋଲକାତା-ଝାରସୁଗୁଡ଼ା-କୋଲକାତା, ଭୋପାଳ-ଉଦୟପୁର-ଭୋପାଳ ରୁଟ ଗସ୍ତ କରିଛି। ଏହି ସମସ୍ତ ରୁଟ ପାଇଁ ୧୪ଟି ବିମାନ ରଖିଛି ସ୍ପାଇସ ଜେଟ।

ବାକି ୧୪ଟି ବିମାନକୁ ଡାଇରେକ୍ଟ ବିମାନ ମୁମ୍ବାଇ-ଭୋପାଳ-ମୁମ୍ବାଇ, ମୁମ୍ବାଇ-ଗୋରଖପୁର-ମୁମ୍ବାଇ, ଚେନ୍ନାଇ-ପାଟନା-ଚେନ୍ନାଇ, ଦିଲ୍ଲୀ-ଭୋପାଳ-ଦିଲ୍ଲୀ( ଦୁଇଟି ବିମାନ), ଜୟପୁର-ଧର୍ମଶାଳା-ଜୟପୁର ଏବଂ ସୁରତ-ଭୋପାଳ-ସୁରତ ରୁଟ ପାଇଁ ରହିଛି। ଏହି ସବୁ ସ୍ଥାନରେ ଆଗାମୀ ଦିନରେ ସ୍ପାଇସ ଜେଟ୍ ଉଡ଼ାଣ ଯୋଜନା ଜରିଆରେ ନିଜର ପାଦ ଥାପିବ।

ଅହମଦାବାଦ-କିଶାନଗଡ଼ ରୁଟ ବ୍ୟତୀତ ସମସ୍ତ ରୁଟରେ ପ୍ରତିଦିନ ସ୍ପାଇସ ଜେଟ ବିମାନ ସେବା ଯୋଗାଇବ ବୋଲି ଜଣାପଡ଼ିଛି। ସେହିପରି ଦିଲ୍ଲୀ-ଭୋପାଳ ରୁଟରେ ରବିବାର ସନ୍ଧ୍ୟା ପରିବର୍ତ୍ତେ ସମସ୍ତ ଦିନ ଚାଲିବ।

ସ୍ପାଇସ ଜେଟ୍ ନିର୍ଦ୍ଦେଶକ ଅଜୟ ସିଂହ କହିଛନ୍ତି ବର୍ତ୍ତମାନ ୧୪ଟି ନୂଆ ବିମାନ ଉଡ଼ାନ ଯୋଜନା ଜରିଆରେ ଯୋଡ଼ି ହୋଇଥିବାବେଳେ ଆଗାମୀ ଦିନରେ ୩୩ଟି ଯୋଡ଼ି ହେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2YHdCDK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages