
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଯାଇଛି।
ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଆଜି ଭୋରରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ନିମୋନିଆରେ ପୀଡ଼ିତ ଥିଲେ।
ଗତ ଦୁଇ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତିନି ଦିନ ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।
from Odisha Reporter http://bit.ly/2UBePxu
No comments:
Post a Comment