
ଚେନ୍ନାଇ: ମେ’ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍ କ୍ରିକେଟ୍ ପୂର୍ବରୁ ଟିମ୍ ଇଣ୍ଡିଆର ସବୁଠାରୁ ଅଭିଜ୍ଞ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନିଙ୍କ ଅଣ୍ଟାରେ ଆଘାତ ସମସ୍ୟା ଏବେ ବିସିସିଆଇ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଧୋନି ମଧ୍ୟ ତାଙ୍କ ଏହି ଆଘାତକୁ ନେଇ ଚିନ୍ତାରେ ରହିଥିବା କଥା ସ୍ୱୀକାର କରିଛନ୍ତି। ବିଶ୍ୱକପ୍ ଆଗକୁ ଥିବାରୁ ଧୋନି ନିଜର ବ୍ୟାକ୍ ଇଞ୍ଜୁରୀକୁ ନେଇ ଅଧିକ ସତର୍କ ରହିଥିବା କଥା କହିଛନ୍ତି।
ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଧୋନି କହିଛନ୍ତି, “ ଅଣ୍ଟାରେ ଷ୍ଟିଫନେସ୍ ରହୁଛି। କିନ୍ତୁ ମୁଁ ଏହାକୁ ସୁଧାରିବାକୁ ଚେଷ୍ଟା କରୁଛି। ବ୍ୟାକ୍ ଇଞ୍ଜୁରୀ ଦୀର୍ଘ ଦିନ ହେଲା ମୋ ସହ ରହିଛି। କିନ୍ତୁ ଏହା ଅଧିକ ସମସ୍ୟା ସୃଷ୍ଟି କରିନାହିଁ। ଆଗକୁ ବିଶ୍ୱକପ୍ ଥିବାରୁ ମୋତେ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। କାରଣ ବିଶ୍ୱକପ୍ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଆହତ ସମସ୍ୟା ଅଧିକ ହେବ, ତା’ହେଲେ ମୁଁ ନିଶ୍ଚିତ ଭାବେ କିଛିଦିନ ବିଶ୍ରାମ ନେବି। ବିଶ୍ୱକପ୍ ଥିବାରୁ ସମସ୍ତେ ଏଥିପାଇଁ ସତର୍କ ରହିବା ଦରକାର।”
from Odisha Reporter http://bit.ly/2IE0WJd
No comments:
Post a Comment