
କଲମ୍ବୋ: ରବିବାର ନରସଂହାର ପରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନା ୨ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ୍ ବିଭାଗ ମୁଖ୍ୟ ଏବଂ ପ୍ରତିରକ୍ଷା ସଚିବଙ୍କ ଉପରେ ରାଷ୍ଟ୍ରପତି ଶିରିସେନା ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ନେଇ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଥିବା ସୂଚନା ଦେଇଛି ସମ୍ବାଦ ସାରବରାହ ଏଜେନ୍ସି ରୟଟର୍ସ। ଶିରିସେନା କହିଛନ୍ତି, ସୁରକ୍ଷା ଅଧିକାରୀ ବିଦେଶୀ ଗୁଇନ୍ଦା ସଂସ୍ଥାଙ୍କଠାରୁ ଏହି ବାବଦରେ ସୂଚନା ପାଇଥିଲେ ମଧ୍ୟ ତାଙ୍କୁ ଜଣାଇନଥିଲେ। ଏହି କାରଣରୁ ସେ ସୁରକ୍ଷା ଅଧିକାରୀଙ୍କୁ ବଦଳାଇବେ ବୋଲି ମଧ୍ୟ କହିଥିଲେ।
ବିଭିନ୍ନ ବିଳାସମୟ ହୋଟେଲ ଓ ଚର୍ଚ୍ଚରେ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ୍ ଏବଂ ଅତିଥିମାନଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣରେ ୩୫୦ ଜଣଙ୍କର ହତ୍ୟା କରାଯାଇଥିଲା। ମଙ୍ଗଳବାର ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିବା ପୂର୍ବରୁ ଶ୍ରୀଲଙ୍କା ସରାକାର ୨ଟି ସ୍ଥାନୀୟ ଆତଙ୍କୀ ସଂଗଠନକୁ ଦାୟୀ କରିଆସୁଥିଲେ।
ତେବେ ଶ୍ରୀଲଙ୍କାର ଜଣେ ସାଂସଦ ଅଭିଯୋଗ ଆଣିଛନ୍ତି, ଏହି ଆକ୍ରମଣ ବାବଦରେ ଗୁଇନ୍ଦା ପ୍ରାକ୍ ସୂଚନା ଦେଇଥିଲେ ହେଁ ଜାଣିଶୁଣି ଏହାକୁ ପ୍ରକାଶ କରାଯାଇନଥିଲା। ସେ କହିଥିଲେ, ଭାରତର ଗୁଇନ୍ଦା ବିଭାଗ ଏହି ସୂଚନା ଦେଇଥିଲା ଏବଂ ଏପ୍ରିଲ ୭ ତାରିଖରେ ରାଷ୍ଟ୍ରପତି ଶିରିସେନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁରକ୍ଷା ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏହି ଆକ୍ରମଣ ବାବଦରେ ଆଲୋଚନା ହୋଇନଥିଲା।
from Odisha Reporter http://bit.ly/2XFwCkJ
No comments:
Post a Comment