
ବାଲିଗୁଡା(ଅଜିତ କୁମାର ନାୟକ): ଆସନ୍ତା ୧୮ ତାରିଖରେ କନ୍ଧମାଳ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ଲାଗି ମତଦାନ ଗ୍ରହଣ କରାଯିବ । ଏ ନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ମହୋଲ ସରଗରମ ହେବାରେ ଲାଗିଛି । ନେତା ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଥିବା ବେଳେ ଏବେ ଅନେକ ଆଦିବାସୀ ଉପାନ୍ତ ଇଲାକାରେ ନେତାଙ୍କ ପାଦ ମଧ୍ୟ ପଡୁନାହିଁ ।
ଫଳରେ ସେମାନଙ୍କ ଦୁଃଖ ଶୁଣିବା ପାଇଁ କୌଣସି ନେତା ପହଞ୍ଚି ନ ଥିବା ଯୋଗୁ ସେମାନେ ଏହି ନିର୍ବାଚନରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି । ବାଲିଗୁଡା ନିର୍ବାଚନ ମଣ୍ଡଳୀର ଋତୁଙ୍ଗିଆ ପଞ୍ଚାୟତର ପୁଞ୍ଜିଲାଙ୍ଗି ଗାଁର ଲୋକେ ଏଥର ଭୋଟ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ପ୍ରାର୍ଥୀଙ୍କ ପାଦ ଏଠାକୁ କେବେ ପଡେନାହିଁ। ଏଣୁ ଭୋଟ ଦେଇ କିଛି ଲାଭ ନାହିଁ।
from Odisha Reporter http://bit.ly/2Gc4eQ2
No comments:
Post a Comment