ସ୍ମୃତି ଇରାନୀଙ୍କୁ କଂଗ୍ରେସର ତାଚ୍ଛଲ୍ୟ ‘କ୍ୟୁଁ କି ମନ୍ତ୍ରୀ ଭି କଭି ଗ୍ରାଜୁଏଟ୍‌ ଥୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ସ୍ମୃତି ଇରାନୀଙ୍କୁ କଂଗ୍ରେସର ତାଚ୍ଛଲ୍ୟ ‘କ୍ୟୁଁ କି ମନ୍ତ୍ରୀ ଭି କଭି ଗ୍ରାଜୁଏଟ୍‌ ଥୀ’

ନୂଆଦିଲ୍ଲୀ: ଆମେଠି ଲୋକସଭା ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ତାଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଗୁରୁବାର ସେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏହି ବିବାଦ ଆରମ୍ଭ ହୋଇଛି।

ସ୍ମୃତିଙ୍କୁ ଦେଶବ୍ୟାପୀ ପରିଚୟ ଦେଇଥିବା ଲୋକପ୍ରିୟ ଟିଭି ଧାରାବାହିକ ‘କ୍ୟୁଁକି ଶାଶ୍‌ ଭି କଭି ବହୁ ଥୀ’ର ନାଁକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ତାଙ୍କୁ ପରିହାସ କରିଛନ୍ତି। ସ୍ମୃତିଙ୍କ ନିର୍ବାଚନୀ ସତ୍ୟପାଠ ଦର୍ଶାଉଛି ସେ ଗ୍ରାଜୁଏସନ୍‌ ପାଶ୍‌ କରି ନାହାନ୍ତି। ତେଣୁ ତାଙ୍କୁ ତାଚ୍ଛଲ୍ୟ କରି ପ୍ରିୟଙ୍କା କହିଛନ୍ତି, ‘କ୍ୟୁଁ କି ମନ୍ତ୍ରୀ ଭି କଭି ଗ୍ରାଜୁଏଟ୍‌ ଥୀ।’

ସେ ଆହୁରି ମଧ୍ୟ ପରିହାସ ଛଳରେ କହିଛନ୍ତି, କ୍ୱାଲିଫିକେସନ୍‌ର ବି ରୂପ ବଦଳେ, ନୂଆ ନୂଆ ରୂପ ନିଏ, ଗୋଟିଏ ଡିଗ୍ରୀ ଆସିବ ଏବଂ ଗୋଟିଏ ଡିଗ୍ରୀ ଚାଲିଯିବ, ତା’ହେଲେ ଯାଇ ସତ୍ୟପାଠ କିଛି ନୂଆ ହେବ।

ସ୍ମୃତି ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି, ସେ ଦିଲ୍ଲୀ ୟୁନିଭର୍ସିଟିର ସ୍କୁଲ ଅଫ୍‌ ଓପନ୍‌ ଲର୍ଣ୍ଣିଂରେ ବିକମ୍‌ ଆଡମିଶନ୍‌ ନେଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ କରିପାରିନାହାନ୍ତି। ସେ ୨୦୧୪ରେ ଦର୍ଶାଇଥିଲେ ସେ ଏହି ଅନୁଷ୍ଠାନରୁ ୧୯୯୪ ମସିହାରେ ବିକମ୍‌ ପାଶ୍‌ କରିଛନ୍ତି।



from Odisha Reporter http://bit.ly/2UCFued

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages