
ଚେନ୍ନାଇ: କ୍ୟାପ୍ଟେନ୍ କୁଲ ଭାବେ ଜଣାଶୁଣା ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ନିଜ ରାଗକୁ ସମ୍ଭାଳି ପାରିନାହାନ୍ତି। ପଞ୍ଜାବର ବ୍ୟାଟିଂ ବେଳେ ଚେନ୍ନାଇ ବୋଲର ଦୀପକ ଚହର ବାରମ୍ବାର ନୋ ବଲ୍ ବୋଲିଂ କରିବାରୁ ଧୋନି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ସେ ଚହରଙ୍କ ଉପରେ ଚିହିଁକି ଉଠିବା ସହ ପଡ଼ିଆ ମଝିରେ ତାଙ୍କ ଉପରେ ବର୍ଷିଥିଲେ। ଏହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମ୍ୟାଚ୍ ଜିତିବା ପାଇଁ ପଞ୍ଜାବକୁ ୧୨ଟି ବଲ୍ରେ ୩୯ ରନ୍ ଦରକାର ଥିବା ବେଳେ ଚହର ବୋଲିଂ କରିବାକୁ ଆସିଥିଲେ। ସେ ବ୍ୟାଟିଂ କରୁଥିବା ପଞ୍ଜାବ ବ୍ୟାଟସ୍ମ୍ୟାନ୍ ସର୍ଫରାଜ ଖାନ୍ଙ୍କୁ ଅଣ୍ଟା ଉପରେ ଏକ ଫୁଲଟସ୍ ପକାଇଥିଲେ। ଯାହା ‘ନୋ’ ବଲ୍ ହେବା ସହ ସର୍ଫରାଜଙ୍କୁ ଚୌକା ମାରିବାର ସୁଯୋଗ ଦେଇଥିଲା। ଏହାପରେ ଫ୍ରି ହିଟ୍ରେ ମଧ୍ୟ ସେ ପୁଣି ସମାନ ଧରଣର ବଲ ପକାଇଥିଲେ। ତେବେ ଏହି ବଲ୍ରେ ମାତ୍ର ୨ ରନ୍ ହୋଇଥିଲା। କିନ୍ତୁ ଫ୍ରି ହିଟ୍ କାଏମ ରହିଥିଲା। ବାସ୍ ଏତିକିରେ ଧୋନି ଚିଡ଼ି ଯିବା ସହ ଚହରଙ୍କ ପାଖକୁ ଆସି ନିଜର ରାଗ ପ୍ରଦର୍ଶନ କରିଥିଲେ।
ଦେଖନ୍ତୁ ଭିଡିଓ
MS Dhoni schooling Deepak Chahar for his back to back no balls #CSKvKXIP #IPL2019 pic.twitter.com/iRhGQ62gib
— Deepak Raj Verma (@DeVeDeTr) April 6, 2019
from Odisha Reporter http://bit.ly/2KaKS38
No comments:
Post a Comment