ଅଣ୍ଡର-୨୩ ମହିଳା ଦିନିକିଆ ଚ୍ୟାଲେଞ୍ଜର୍ସ ଟ୍ରଫି ପାଇଁ ଦଳ ଘୋଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଅଣ୍ଡର-୨୩ ମହିଳା ଦିନିକିଆ ଚ୍ୟାଲେଞ୍ଜର୍ସ ଟ୍ରଫି ପାଇଁ ଦଳ ଘୋଷିତ

ମୁମ୍ବାଇ: ଆସନ୍ତା ଏପ୍ରିଲ ୨୦ରୁ ୨୪ ଯାଏ ରାଞ୍ଚିଠାରେ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-୨୩ ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫି ପାଇଁ ଆଜି ବିସିସିଆଇ ଦଳ ଘୋଷଣା କରିଛି। ଇଣ୍ଡିଆ ରେଡ୍‌, ଇଣ୍ଡିଆ ଗ୍ରୀନ ଓ ଇଣ୍ଡିଆ ବ୍ଲ୍ୟୁ,ଏପରି ୩ଟି ଦଳ ପାଇଁ ବିସିସିଆଇ ପକ୍ଷରୁ ୩୯ ଜଣ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ପ୍ରତି ଦଳରେ ୧୩ ଜଣ ଲେଖାଏ ଖେଳାଳି ରହିଛନ୍ତି। ଇଣ୍ଡିଆ ରେଡ୍‌ର ଅଧିନାୟକ ଭାବେ ବିସିସିଆଇ ହାରଲେନ୍‌ ଦେଓଲଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଇଣ୍ଡିଆ ଗ୍ରୀନର ଅଧିନାୟକ ସୁଶ୍ରୀ ଦିବ୍ୟଦର୍ଶିନୀ ହୋଇଛନ୍ତି। ସେହିପରି ଇଣ୍ଡିଆ ବ୍ଲୁ ର କମାଣ ଦେବିକା ବୈଦ୍ୟଙ୍କୁ ମିଳିଛି। ସର୍ବଭାରତୀୟ ମହିଳା ଚୟନକର୍ତ୍ତା କମିଟିର ବୈଠକ ପରେ ସମସ୍ତ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି।

ଇଣ୍ଡିଆ ରେଡ: ହାରଲେନ୍‌ ଦେଓଲ(ଅଧିନାୟକ), ଆର କଳ୍ପନା(ୱି), ଏସ୍‌ ମେଘନା, ରିଦ୍ଧିମା ଅଗ୍ରୱାଲ, ରୁଜୁ ଶାହ, ତେଜାଲ ହସବନଶି, ସିଏଚ୍‌ ଝାନସୀଲକ୍ଷ୍ମୀ, ରେଣୁକା ଚୌଧୁରୀ, ତେଜସ୍ୱୀନ ଦୁରାଗଡ଼, ଅରୁନ୍ଧତୀ ରେଡ୍ଡୀ, ଶାନ୍ତି କୁମାରୀ, ଦେବଯାନୀ ପ୍ରସାଦ ଓ ସୁମନ ମୀନା।

ଇଣ୍ଡିଆ ଗ୍ରୀନ୍‌: ସୁଶ୍ରୀ ଦିବ୍ୟଦର୍ଶିନୀ (ଅଧିନାୟକ), ଶିଭାଲି ସିନ୍ଧେ(ୱି), ପ୍ରିୟା ପୁନିଆ, ୟାସ୍ତିକ ଭାଟିଆ, ଆୟୂଷୀ ଗର୍ଗ, ଦ୍ରିଶ୍ୟା ଆଇଭି, ଏକତା ସିଂହ, ରାଧା ଯାଦବ, ରଶି କାନୋଝିଆ, ମନାଲୀ ଦକ୍ଷୀଣ, ରେଣୁକା ସିଂହ, ଅକ୍ଷୟ ଏ ଓ ଏସ୍‌ ଅନୁଶା।

ଇଣ୍ଡିଆ ବ୍ଲ୍ୟୁ: ଦେବିକା ବୈଦ୍ୟ(ଅଧିନାୟକ), ନୁଜାତ ପରୱିନ(ୱି), ଶେଫାଲି ବର୍ମା, ସିମରନ, ତନୁଶ୍ରୀ ସରକାର, ପ୍ରଭାତୀ ରାଣା, ମିନୁ ମଣି, ତନୁଜା କନୱର, ସି ପ୍ରତ୍ୟୁଷା, ସିମରନ ଦିଲ୍‌ ବାହାଦୂର, କଶମ ସିଂହ, ବୁରସାଲି ଭଗତ ଓ ଇନ୍ଦ୍ରାଣୀ ରୟ।



from Odisha Reporter http://bit.ly/2UveOLx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages