
କୁଆଲାଲୁମ୍ପୁର: ଭାରତର ଷ୍ଟାର୍ ଶଟଲର କିଦାମ୍ବୀ ଶ୍ରୀକାନ୍ତ ଚଳିତ ମ୍ୟାଲେସିୟା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ପୁରୁଷ କ୍ୱାର୍ଟରଫାଇନାଲରେ ଶ୍ରୀକାନ୍ତ ଅଲିମ୍ପିକ୍ ଚାମ୍ପିଅନ୍ ଚୀନର ଚେନ୍ ଲଙ୍ଗଙ୍କ ନିକଟରୁ ହାରିଯାଇଛନ୍ତି। ଶ୍ରୀକାନ୍ତଙ୍କ ପରାଜୟ ସହ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି।
କ୍ୱାର୍ଟରରେ ଶ୍ରୀକାନ୍ତଙ୍କୁ ଚେନ୍ ୨୧-୧୮, ୨୧-୧୯ ଗେମରେ ପରାସ୍ତ କରିଛନ୍ତି। ଚଳିତ ସିଜନରେ ଶ୍ରୀକାନ୍ତଙ୍କ ଏହା ଚତୁର୍ଥ କ୍ୱାର୍ଟରଫାଇନାଲ୍ ମୁକାବିଲା ଥିଲା। ପ୍ରଥମ ଗେମରେ ୧୬-୧୧ର ଅଗ୍ରଣୀ ହାସଲ କରିଥିବା ଶ୍ରୀକାନ୍ତ ପ୍ରତିପକ୍ଷ ଖେଳାଳିଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ଦେଇଥିଲେ। ଫଳସ୍ୱରୂପ ପରେ ଗେମଟି ୧୭-୧୭ରେ ବରାବର ରହିଥିଲା।
ଏହା ପରେ ଶ୍ରୀକାନ୍ତ ଆଉ ମ୍ୟାଚକୁ ଫେରିପାରି ନଥିଲେ ଏବଂ ଲଙ୍ଗ୍ ଗେମକୁ ୨୧-୧୮ରେ ଜିତି ନେଇଥିଲେ। ଦ୍ୱିତୀୟ ଗେମରେ ୭-୧୧ରେ ପଛୁଆ ରହିବା ପରେ ଶ୍ରୀକାନ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସ୍କୋରକୁ ୧୯-୧୯ ପର୍ଯ୍ୟନ୍ତ ନେଇଥିଲେ, କିନ୍ତୁ ବିଜୟ ହାସଲ କରିପାରିନଥିଲେ।
ଏହି ମ୍ୟାଚରେ ଶ୍ରୀକାନ୍ତ ଏକାଧିକ ଭୁଲ କରିଥିଲେ, ଯାହାର ଫାଇଦା ଉଠାଇ ଲଙ୍ଗ ମ୍ୟାଚକୁ ଜିତି ନେଇଥିଲେ। ଏହି ମ୍ୟାଚ ପୂର୍ବରୁ ଲଙ୍ଗଙ୍କ ବିପକ୍ଷରେ ଶ୍ରୀକାନ୍ତଙ୍କ ରେକର୍ଡ ୧-୫ ଥିଲା। ଲଙ୍ଗଙ୍କ ବିପକ୍ଷରେ ଶ୍ରୀକାନ୍ତ ଏକମାତ୍ର ବିଜୟ ୨୦୧୭ରେ ଅଷ୍ଟ୍ରେଲିଆନ୍ ଓପନରେ ହାସଲ କରିଥିଲେ।
from Odisha Reporter http://bit.ly/2HYsZmh
No comments:
Post a Comment