ଗତ ୩୦ ବର୍ଷରେ ଗୁଜରାଟରୁ କୌଣସି ମୁସଲିମ ପ୍ରାର୍ଥୀ ଲୋକସଭାକୁ ଯାଇନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଗତ ୩୦ ବର୍ଷରେ ଗୁଜରାଟରୁ କୌଣସି ମୁସଲିମ ପ୍ରାର୍ଥୀ ଲୋକସଭାକୁ ଯାଇନାହାନ୍ତି

ଅହମଦାବାଦ: ଦୀର୍ଘ ୩୦ ବର୍ଷ ହେଲା ଗୁଜରାଟରୁ ଲୋକସଭାକୁ କୌଣସି ମୁସଲିମ୍‌ ସଂପ୍ରଦାୟର ଲୋକ ନିର୍ବାଚିତ ହୋଇନାହାନ୍ତି। ଶେଷଥର ପାଇଁ ଅହମ୍ମଦ ପଟେଲ ୧୯୮୪ରେ ଗୁଜରାଟରୁ ଲୋକସଭାକୁ ଯାଇଥିଲେ।

ହେଲେ ୧୯୮୯ରେ ସେ ବାହାରୁଚ ଆସନରୁ ବିଜେପିର ଚନ୍ଦୁ ଦେଶମୁଖଙ୍କ ଠାରୁ ୧.୧୫ ଲକ୍ଷ ଭୋଟରେ ପରାସ୍ତ ହୋଇଥିଲେ। ସେବେଠାରୁ ଗୁଜରାଟରୁ କୌଣସି ମୁସଲିମ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇନାହାନ୍ତି। ରାଜ୍ୟରେ ସମୁଦାୟ ଜନସଂଖ୍ୟାର ୯.୫% ମୁସଲିମ୍‌ ରହିଥିଲେ ହେଁ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

୧୯୬୨ରେ ଗୁଜରାଟ ଗଠନ ହେବା ପରେ ରାଜ୍ୟରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଜଣେ ମାତ୍ର ମୁସଲିମ ପ୍ରାର୍ଥୀ ଜୋହରା ଚାଭଡ଼ା ବନାଶକାଣ୍ଠାରୁ ନିର୍ବାଚିତ ହୋଇଥିଲେ। ୧୯୭୭ରେ ଦୁଇ ଜଣ ମୁସଲିମଙ୍କୁ ରାଜ୍ୟବାସୀ ଲୋକସଭାକୁ ପଠାଇଥିଲେ। ଉଭୟ କଂଗ୍ରେସର ପ୍ରାର୍ଥୀ ଥିଲେ। ଅହମ୍ମଦ ପଟେଲ ବାହାରୁଚ ଆସନରୁ ଜିତିଥିବା ବେଳେ ଜୋହରା ଚାଭଡ଼ା ବନାଶକାଣ୍ଠାରୁ ନିର୍ବାଚିତ ହୋଇଥିଲେ।

ଗୁଜରାଟର ବାହାରୁଚରେ ସର୍ବାଧିକ ୧୫.୬୪ ଲକ୍ଷ ମୁସଲିମ ଭୋଟର ରହିଛନ୍ତି। ୧୯୬୨ରୁ କଂଗ୍ରେସ ୮ ଜଣ ମୁସଲିମଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ତେବେ ଏମାନଙ୍କ ମଧ୍ୟରୁ ଅହମ୍ମଦ ପଟେଲ ହିଁ ସର୍ବାଧିକ ୩ଥର ଜିତିଛନ୍ତି। ସେ ୧୯୭୭, ୧୯୮୨ ଓ ୧୯୮୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ରେ କଂଗ୍ରେସ ସର୍ବାଧିକ ୭ ଜଣ ମୁସଲିମ ପ୍ରାର୍ଥୀକୁ ମଇଦାନକୁ ଛାଡ଼ିଥିଲା। କିନ୍ତୁ ସମସ୍ତଙ୍କୁ ହାରିବାକୁ ପଡ଼ିଥିଲା।

୨୦୧୪ରେ ଗୁଜରାଟରୁ ୩୩୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଏମାନଙ୍କ ମଧ୍ୟରେ ୬୭ ଜଣ ମୁସଲିମ ରହିଥିଲେ। ଏହି ୬୭ ଜଣ ମୁସଲିମଙ୍କ ମଧ୍ୟରୁ କେବଳ ମକସୁଦ ମିର୍ଜା କଂଗ୍ରେସ ଟିକେଟରେ ଲଢ଼ୁଥିବା ବେଳେ ଅନ୍ୟ ୬୬ ଜଣ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।



from Odisha Reporter http://bit.ly/2WMd0Lm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages