
ଭୋପାଲ: ବୁଧବାର ସକାଳେ ବିଜେପିରେ ସାମିଲ ହୋଇଥିବା ୨୦୦୮ ମସିହା ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଆଜି ଦଳ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ମିଳିଛି। ସେ ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏହି ଆସନରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି।
୧୯୮୪ ମସିହାରୁ ଭୋପାଲ ଆସନ ବିଜେପି ହାତରେ ରହିଆସିଛି। ୧୯୮୯ରେ ସୁଶୀଲ ଚନ୍ଦ୍ର ବର୍ମା ୩ ଥର ସାଂସଦ, ୧୯୯୯ରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ମଧ୍ୟ ଏଠାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏବେ ଆଲୋକ ସଞ୍ଜାର ଭୋପାଲରୁ ସାଂସଦ ରହିଛନ୍ତି।
ସାଧ୍ୱୀ କହିଛନ୍ତି, “ମୁଁ ନିର୍ବାଚନ ଲଢ଼ିବି ଓ ଜିତିବି ମଧ୍ୟ। ଏହା ମୋ ପାଇଁ ଆଦୌ କଷ୍ଟ ନୁହେଁ।” ସାଧ୍ୱୀ ଟିକେଟ୍ ପାଇବା ପରେ ବିଜେପିର ବରିଷ୍ଠ ନେତାମାନଙ୍କ ସହ ବସି ଆଗାମୀ ରଣନୀତି ସମ୍ପର୍କରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।
୨୦୦୮ ମସିହା ମହାରାଷ୍ଟ୍ରର ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ନିମ୍ନକୋର୍ଟରେ ସାଧ୍ୱୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ହତ୍ୟା ଷଡ଼ଯନ୍ତ୍ର ଭଳି ଅଭିଯୋଗ ରହିଥିଲା। ସେ ପାଖାପାଖି ୯ ବର୍ଷ ଜେଲରେ ରହିବା ପରେ ଏବେ ଜାମିନରେ ଅଛନ୍ତି ।
ବର୍ତ୍ତମାନର ଭୋପାଲ ସାଂସଦ ଆଲୋକ କହିଛନ୍ତି, “ ସାଧ୍ୱୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇନାହିଁ। ଜଣେ ମହିଳାଙ୍କୁ ଦୀର୍ଘ ବର୍ଷ ହେଲା ନିର୍ଯାତନା ଦିଆଯାଉଥିଲା। ଏବେ ପ୍ରତିଶୋଧ ନେବାର ସମୟ ଆସିଛି।”
from Odisha Reporter http://bit.ly/2PeBc6E
No comments:
Post a Comment