ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପୂର୍ବରୁ ମୁଣ୍ଡ ନେଲେ ନକ୍ସଲ: ଗୁଳି କରି ପୁଲିଂ କର୍ମଚାରୀଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପୂର୍ବରୁ ମୁଣ୍ଡ ନେଲେ ନକ୍ସଲ: ଗୁଳି କରି ପୁଲିଂ କର୍ମଚାରୀଙ୍କୁ ହତ୍ୟା

ଫୁଲବାଣୀ (ତ୍ରିନାଥ ସାହୁ): ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ। ଗୁଳି କରି ଜଣେ ପୁଲିଂ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି।

ପୋଲିଂ ଡ୍ୟୁଟିରେ ମୁତୟନ ହୋଇଥିବା ‘ଗ୍ରାମ ରୋଜଗାର’ ସେବିକା ସଂଯୁକ୍ତା ଦିଗଲଙ୍କ ସମେତ ୪ ଜଣ ଲୋକ ଏକ ଗାଡ଼ିରେ ଜଙ୍ଗଲୀ ରାସ୍ତାରେ ଯାଉଥିଲେ। ହଠାତ ଗାଡ଼ି ସାମ୍ନାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଗାଡ଼ିରୁ ସମସ୍ତେ ବାହାରକୁ ବାହାରି ଆସିଥିଲେ। ଏହି ସମୟରେ ଲୁଚି ରହିଥିବା ନକ୍ସଲମାନେ ଗୁଳି ବର୍ଷା କରିଥିଲେ। ଫଳରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ୩ କର୍ମଚାରୀ ଗାଡ଼ି ସହ ପଳାଇ ଆସିଥିଲେ।



from Odisha Reporter http://bit.ly/2v9AzlN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages