ମଲାଇକାଙ୍କ ବିକିନି ଫଟୋ ପାଇଁ ୟୁଜରଙ୍କ ଆକ୍ରୋଶର ଶିକାର ହେଲେ ଅର୍ଜୁନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ମଲାଇକାଙ୍କ ବିକିନି ଫଟୋ ପାଇଁ ୟୁଜରଙ୍କ ଆକ୍ରୋଶର ଶିକାର ହେଲେ ଅର୍ଜୁନ୍‌

malaika

ମୁମ୍ବାଇ: ଅରବାଜ ଖାନଙ୍କ ସହ ଛାଡପତ୍ର ହେବା ପରଠାରୁ ଅଭିନେତ୍ରୀ ମଲାଇକା ଅରୋରା ଖାନ୍‌ ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷରୁ ଏମିତି ଖବର ଆସୁଛି ଯେ, ମଲାଇକା ଅର୍ଜୁନ୍‌ କପୁରଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରି ନାହାନ୍ତି। କିନ୍ତୁ ଅର୍ଜୁନ୍‌ଙ୍କ ଫ୍ୟାନ୍‌ମାନେ ମଲାଇକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଦୌ ଖୁସି ନାହାନ୍ତି। ତେଣୁ ସୋଶାଲ୍‌ ମିଡିଆରେ ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଅର୍ଜୁନ୍‌ଙ୍କୁ ଖୁବ୍‌ ଟ୍ରଲ୍‌ କରାଯାଉଛି।
ନିକଟରେ ମଲାଇକା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ବିକିନି ଫୋଟ ଶେଆର୍‌ କରିଛନ୍ତି ଯାହାକି ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଆଉ ଏହି ଫଟୋ ଦେଖିବା ପରେ ଅର୍ଜୁନ୍‌ କପୁର୍‌ଙ୍କୁ ଲୋକଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିଛି।

 

View this post on Instagram

 

The stillness. The calm…… it’s meditative #Indianocean#mermaid#mytime

A post shared by Malaika Arora (@malaikaaroraofficial) on Apr 25, 2019 at 9:31pm PDT

ବିକିନି ପିନ୍ଧି ମଲାଇକା ପାଣି ଭିତରେ ସୁଇମିଂ କରୁଥିବା ଦେଖିବାକୁ ମିଳିଛି। ମଲାଇକାଙ୍କ ଏହି ବିକିନି ଫଟୋ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଫଟୋକୁ ଦୁଇ ଘଣ୍ଟା ଭିତରେ ଲକ୍ଷାଧିକ ଲାଇକ୍‌ ଓ ହଜାର ସଂଖ୍ୟାରେ କମେଣ୍ଟ୍‌ ମିଳି ସାରିଲାଣି। ଅଧିକାଂଶ ଇନ୍‌ଷ୍ଟା ୟୁଜରମାନେ ମଲାଇକାଙ୍କ ପାଇଁ ନେଗେଟିଭ୍‌ କମେଣ୍ଟ୍‌ ଲେଖିଛନ୍ତି।
ମଲାଇକାଙ୍କ ଫଟୋରେ କୋରିଓଗ୍ରାଫର ଫରାହଖାନ୍‌ ବି କମେଣ୍ଟ୍‌ କରିଛନ୍ତି। ସେ ଲେଖିଛନ୍ତି ପାଣି ଭିତରେ କିଏ ଫଟୋ ଉଠାଇଛି?

ସେଠି ଅନ୍ୟ ଏକ ୟୁଜର ଲେଖିଛନ୍ତି – ନିଜ ବୟସର ତ ସମ୍ମାନ କର। ସେକ୍ସି ଆଣ୍ଟି ପାଇଥିବାରୁ ଅର୍ଜୁନ୍‌ ବହୁତ ଭାଗ୍ୟବାନ୍‌। ଆଉ ଜଣେ ଲେଖିଛନ୍ତି ଲାଜ ସରମ ଛାଡ଼ିଯିବାର ଗୋଟିଏ ସୀମା ଥାଏ, ବୁଢ଼ି ସୁଧୁରି ଯାଅ। ଆଉ ଏହି ଫଟୋ ଅର୍ଜୁନ୍‌ ଉଠେଇଛି ନା।
ସୂଚନାଯୋଗ୍ୟ ଯେ, ଦୁହେଁ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2vmfc0w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages