ଶିକ୍ଷୟିତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ ଓ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଶିକ୍ଷୟିତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ ଓ ପୁଅ

accident1

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଚଢ଼ିଯିବାରୁ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କ ସ୍ୱାମୀ ଓ ୩ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମୃତ ଶିକ୍ଷୟିତ୍ରୀଙ୍କ ନାଁ ଜ୍ୟୋତିର୍ମୟୀ ପ୍ରଧାନ (୩୫)। ତାଙ୍କ ସ୍ୱାମୀ ଓ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

bikeଜ୍ୟୋତିର୍ମୟୀ, ନିମ୍ବବାହାଳି ୟୁପି ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଥିଲେ। ଆଜି ସେ ସ୍କୁଲ୍‌ କାର୍ଯ୍ୟ ସାରି ସ୍ୱାମୀ ଓ ପୁଅ ସହିତ ବାଇକ୍‌ରେ ଅନୁଗୋଳ ସ୍ଥିତ ବାସଭବନକୁ ଫେରୁଥିବା ବେଳେ ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ସିପିପି ନିକଟରେ ଏକ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କା ଦେବା ପରେ ତିନି ଜଣ ଯାକ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ଏହା ପରେ ଟ୍ରକ୍‌ଟି ଜ୍ୟୋତିର୍ମୟୀ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

88ନାଲ୍‌କୋ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍‌ପିଟାଲ୍‌ ପଠାଇବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପ୍ରାୟ ୪୦ ମିନିଟ ପରେ ରାସ୍ତାରୋକ ହଟିଥିଲା। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହାସହ ଉଭୟ ବାଇକ୍ ଓ ଟ୍ରକ୍‌କୁ ଜବତ କରି ତଦନ୍ତ କରୁଛି।



from Odisha Reporter http://bit.ly/2VvtkmT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages